www.samajalive.in
Saturday, December 6, 2025
15.1 C
Bhubaneswar

ପରଦାରେ ଗାନ୍ଧିଜୀ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ତଥା ଗାନ୍ଧୀ ଜୟନ୍ତୀକୁ ସାରା ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏହିଦିନ ଦେଶ ପ୍ରତି ଗାନ୍ଧିଜୀଙ୍କ ଅବଦାନକୁ ସ୍ମରଣ କରି ଦେଶବାସୀ ତାଙ୍କର ଜୟଗାନ କରିଥାଆନ୍ତି। ତେବେ ପରଦାରେ ମଧ୍ୟ ଗାନ୍ଧିଜୀଙ୍କୁ ଅନେକ ଥର ଦେଖିବାକୁ ମିଳିଛି। ମହାତ୍ମା ଗାନ୍ଧୀଙ୍କ ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଚଳଚ୍ଚିତ୍ରଗୁଡ଼ିକର ବ୍ୟବସାୟିକ ଦିଗ ଯାହା ହେଉନା କାହିଁକି, ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣୀତ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ଏହିସବୁ ଚଳଚ୍ଚିତ୍ର ସକ୍ଷମ ହୋଇଛି। ଆସନ୍ତୁ ଜାଣିବା ସେହିସବୁ ଚଳଚ୍ଚିତ୍ର ବିଷୟରେ –

ସର୍ଦ୍ଦାର: ୧୯୯୩ ମସିହାରେ କେତନ ମେହେତା ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ଯୋଦ୍ଧା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀକୁ ନେଇ ନିର୍ମାଣ କରିଥିଲେ ‘ସର୍ଦ୍ଦାର’ । ଏହାର କଥାବସ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଗାନ୍ଧିଜୀଙ୍କ ଭାରତୀୟ ସ୍ୱାଧିନତା ସଂଗ୍ରାମ ଉପରେ ଥିଲା। ଏଥିରେ ଅନୁ କପୁର ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲା ବେଳେ ଅଭିନେତା ପରେଶ ରାୱଲ ସର୍ଦ୍ଦାର ପଟେଲ ଭୂମିକାରେ ନଜର ଆସିଥିଲେ ।

- Advertisement -

ଲାଇଫ ଅଫ ଗାନ୍ଧୀ ‘୧୮୬୯-୧୯୪୮’: ଏହା ଗାନ୍ଧୀଜିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ହକ୍ୟୁମେଣ୍ଟାରୀ ଫିଲ୍ମ ଥିଲା । ବିଠଲ ଭାଇ ଜାଭେରୀ ଏହାର ନିର୍ଦ୍ଦେଶନା ଦେଇଥିଲା ବେଳେ ଆନିମେସନ, ଲାଇଭ ଫଟୋଗ୍ରାଫି ଓ କିଛି ପୁରୁଣା ଫଟୋଗ୍ରାଫ ସହାୟତାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା।

ଗାନ୍ଧୀ: ପ୍ରଥମକରି ରିଚାର୍ଡ ଏଟନବରୋ ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଗାନ୍ଧୀ’ ର ନିର୍ମାଣ କରିଥିଲେ । ପାଖାପାଖି ୧୯୮୨ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ଏଥିରେ ହଲିଉଡ କଳାକାର ବେନ କିନସ୍ଲେ ଗାନ୍ଧୀଜିଙ୍କ ଭୂମିକା ନିଭାଇଥିଲେ । ରାଚାର୍ଡଙ୍କ ଏହି ଚଳଚ୍ଚିତ୍ରକୁ ପରବର୍ତ୍ତି ସମୟରେ ଓସ୍କାର ଆୱାର୍ଡ ମିଳିପାରିଥିଲା ।

ଦ ମେକିଙ୍ଗ ଅଫ୍ ଗାନ୍ଧୀ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ଶ୍ୟାମ ବେନେଗାଲ ବାପୁଜୀଙ୍କ ଜୀବନୀକୁ ନେଇ ‘ଦ ମେକିଙ୍ଗ ଅଫ୍ ଗାନ୍ଧୀ’ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ଏଥିରେ ବାପୁଜୀଙ୍କ ଭୂମିକାରେ ରଜତ କପୁର ଅଭିନୟ କରିଥିଲେ । ୧୯୯୬ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମୋହନ ଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ବନିବା ଯାଏଁ ପ୍ରତିଟି କ୍ଷଣକୁ ଖୁବ୍ ସୁନ୍ଦରତାର ସହ ଦର୍ଶାଯାଇଛି ।

ମେନେ ଗାନ୍ଧୀକୋ ନେହିଁ ମାରା: ୨୦୦୫ ମସିହାରେ ଜହୁନ ବରୁଆ ଏହି ଫିଲ୍ମର ନିର୍ମାଣ କରିଥିଲେ । ଏହି ଫିଲ୍ମର କାହାଣୀ ଅନୁଯାୟୀ ଜଣେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଯିଏକି ନିଜର ପିଲାଦିନର ଏକ ଘଟଣାକୁ ନେଇ ବିଶ୍ୱାସ କରୁଥିଲେ ଯେ ସେ ହିଁ ଗାନ୍ଧୀଜିଙ୍କୁ ହତ୍ୟା କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅବସରପ୍ରାପ୍ତ ପ୍ରଫେସର ଭୂମିକାରେ ଅନୁପମ ଖେର ଅଭିନୟ କରିଥିବାବେଳେ ତାଙ୍କ ଝିଅ ଚରିତ୍ରରେ ଉର୍ମିଳା ମାତୋଣ୍ଡକର ଦେଖିବାକୁ ମିଳିଥିଲେ ।

ଗାନ୍ଧୀ ଟୁ ହିଟଲର: ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ନଥିଲେ ମଧ୍ୟ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ, ସଂଗ୍ରାମରେ ବଳିଦାନ ଦେଇଥିବା ଅନ୍ୟାନ୍ୟ ଦେଶପ୍ରେମୀଙ୍କ ଜୀବନ କାହାଣୀକୁ ଆଧାର କରି ଯେତେବେଳେ ବି ଫିଲ୍ମ ନିର୍ମାଣ ହୋଇଛି, ସେତେବେଳ ଗାନ୍ଧୀ ଚରିତ୍ରକୁ ସଂଯୋଜିତ କରିଛନ୍ତି ନିର୍ମାତା ନିର୍ଦ୍ଦେଶକ ।

ଗାନ୍ଧୀ ମାଇଁ ଫାଦର: ସେହିପରି ୨୦୦୭ ମସିହାରେ ଫିରୋଜ ଅବାସ୍ ମସ୍ତାନଙ୍କ ଦ୍ୱାରା ‘ଗାନ୍ଧୀ ମାଇଁ ଫାଦର’ ଚଳଚ୍ଚିତ୍ରର ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ଗାନ୍ଧୀଜି ଓ ତାଙ୍କ ପୁତ୍ର ହରି ଲାଲଙ୍କ ସମ୍ପର୍କ ସମ୍ବନ୍ଧରେ ନିଖୁଣ ଭାବେ ଦର୍ଶାଯାଇଥିଲା । ଦର୍ଶନ ଜରିବାଲା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ।

ହେ ରାମ: ୨୦୦୦ ମସିହାରେ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ କମଲ ହାସନ ‘ହେ ରାମ’ ଫିଲ୍ମର ନିର୍ମାଣ କରିଥିଲେ । ଏହା ଗାନ୍ଧୀଜିଙ୍କ ହତ୍ୟାର ପୃଷ୍ଠଭୂମି ଉପରେ ଆଧାରିତ ଥିଲା । ‘ହେ ରାମ’ ଚଳଚ୍ଚିତ୍ରରେ ନାସିରୁଦିନ ଶାହା ମହାତ୍ମା ଗାନ୍ଧୀଙ୍କ ଭୂମିକା ତୁଲାଇଥିଲେ ।

ଡଃ ବାବା ସାହେବ ଆମ୍ବେଦକର: ସେହି ୨୦୦୦ ମସିହାରେ ଜବର ପଟେଲ ନାମକ ଏକ ଫିଲ୍ମର ନିର୍ମାଣ କରିଥିଲେ । ଏହି ଫିଲ୍ମରେ ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ଥିଲେ ମଧ୍ୟ କିଛି ଦୃଶ୍ୟରେ ଗାନ୍ଧୀ ଓ ଆମ୍ବେଦରଙ୍କ ଭିତରେ ଥିବା ସମ୍ପର୍କକୁ ଖୁବ ନିଖୁଣ ଭାବେ ଦର୍ଶାଯାଇଥିଲା । ଏଥିସହିତ ଦର୍ଶକମାନେ ଏହି ଫିଲ୍ମ ଜରିଆରେ ଗାନ୍ଧୀ ଓ ଆମ୍ବେଦକରଙ୍କ ସମ୍ପର୍କକୁ ଖୁବ୍ ପାଖରୁ ଜାଣିବାର ସୁଯୋଗ ପାଇପାରିଥିଲେ । ମୋହନ ଗୋଖଲେ ଗାନ୍ଧୀଜିଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଲଗେ ରହୋ ମୁନ୍ନା ଭାଇ: ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ସୁପରହିଟ ଫିଲ୍ମରେ ଗାନ୍ଧୀଜିଙ୍କ ଭୂମିକାକୁ ଦର୍ଶାଯାଇଥିଲା । କାହାଣୀ ଅନୁଯାୟୀ କେବଳ ମୁନ୍ନାଭାଇ (ସଞ୍ଜୟ ଦତ୍ତ)ଙ୍କୁ ହିଁ ଗାନ୍ଧୀଜି ଦୃଶ୍ୟମାନ ହୁଅନ୍ତି ଏବଂ ତାଙ୍କୁ ମାର୍ଗଦର୍ଶନ କରାଇବା ସହ ଆବଶ୍ୟକ ବେଳେ ଠିକ୍ ଭୁଲର ସୁବିଚାର ମଧ୍ୟ ଦେଇଥାନ୍ତି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦିଲ୍ଲୀପ ପ୍ରଭାକର ଗାନ୍ଧୀ ଭୂମିକାରେ ଅଭିନୟ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories