www.samajalive.in
Wednesday, December 10, 2025
16.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୮୩.୩୩ ପ୍ରତିଶତ; ମୃତ୍ୟୁହାର ୧.୫୭ %

ନୂଆଦିଲ୍ଲୀ : ଦେଶରେ କୋଭିଡ  ଆରୋଗ୍ୟ ହାର ୮୩.୩୩ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କର ସଂଖ୍ୟା ୫୧ଲକ୍ଷ ୮୭ ହଜାର ୮୨୫ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୦ ହଜାର ୪୭୨ ଜଣ ନୂଆ ଲୋକ କୋଭିଡରେ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୬୨ଲକ୍ଷ ଅତିକ୍ରମ କରିଛି।

ଦେଶରେ ମୋଟ୍ କୋଭିଡ୍‍ ସଂକ୍ରମଣ ୬୨ ଲକ୍ଷ ୨୫ ହଜାର ୭୬୩ ଥିବାବେଳେ ଗୋଟିଏ ଦିନରେ ଆଉ ୧୧୭୯ ଜଣଙ୍କ ମୃତ୍ୟୁ ଘଟିବାରୁ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୯୭ ହଜାର ୪୯୭ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ମଧ୍ୟ ଶତକଡ଼ା ୧.୫୭ % ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୦ ହଜାର ୪୪୧ ରହିଛି। ଏହା ମୋଟ୍‍ ସଂକ୍ରମଣର ୧୫.୧୧ ଭାଗ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୮୬ ହଜାର ୬୮୮ଟି ନମୁନା ପରୀକ୍ଷା କରାଯିବା ସହ ଦେଶରେ ଏପର୍ଯ୍ୟନ୍ତ ୭ କୋଟି ୪୧ ଲକ୍ଷ ୯୬ ହଜାର ୭୨୯ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories