www.samajalive.in
Monday, December 8, 2025
20.1 C
Bhubaneswar

ହରିଜନ ସେବକ ସଂଘ ପାଳନ କରୁଛି ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ହରିଜନ ସେବକ ସଂଘ ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୩୨ ମସିହାର ଆଜିର ଦିନରେ ଗାନ୍ଧିଜୀ ପୁଣେର ଏରୱାଡ଼ା ଜେଲରେ ଅନଶନ ଚଳାଇଥିବା ବେଳେ ହରିଜନ ସେବକ ସଂଘର ଗଠନ
କରାଯାଇଥିଲା। ବ୍ରିଟିଶ ସରକାରଙ୍କର ବିଭାଜନ ଶାସନ ନୀତିକୁ ଗାନ୍ଧିଜୀ ତୀବ୍ର ବିରୋଧ କରିଥିଲେ। ହିନ୍ଦୁଧର୍ମର ହରିଜନ ସମ୍ପ୍ରଦାୟର ଲୋକମାନଙ୍କୁ ଏକ ପୃଥକ ଭୋଟର ଭାବେ ରଖିବା ପାଇଁ ବ୍ରିଟିଶ ସରକାରଙ୍କ ଚକ୍ରାନ୍ତକୁ ଗାନ୍ଧିଜୀ ବିରୋଧ କରିଥିଲେ।
୧୯୩୧ ମସିହାରେ ଲଣ୍ଡନରେ ଅନୁଷ୍ଠିତ ଗୋଲ୍‍ ଟେବୁଲ୍‍ ବୈଠକ ସମୟରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଏଭଳି ଚକ୍ରାନ୍ତ କରାଯାଇଥିଲା। ଏହା ପରେ ହରିଜନ ସେବକ ସଂଘର ଗଠନ କରାଯାଇଥିଲା। ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ଏହାରମୂଳ ଲକ୍ଷ୍ୟ ଥିଲା। ଏହି ସମୟରେ ‘ହରିଜନ’ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ମଧ୍ୟ ପ୍ରକାଶ
କରାଯାଇଥିଲା। ଗାନ୍ଧିଜୀ ଦଳିତମାନଙ୍କୁ ହରିଜନ ଭାବେ ସମ୍ବୋଧନ କରୁଥିଲେ। ହରିଜନ ଶବ୍ଦର ଅର୍ଥ ହେଉଛି ଭଗବାନଙ୍କର ସନ୍ତାନ।
୧୯୩୨ ମସିହା ସେପ୍ଟେମ୍ବର ୨୦ ତାରିଖରେ ଗାନ୍ଧିଜୀ ତାଙ୍କର ଅନଶନ ଆରମ୍ଭ କରିଥିଲେ। ଶାନ୍ତିନିକେତନଠାରେ ରବୀନ୍ଦ୍ରନାଥ ଟାଗୋର କଳା ବସ୍ତ୍ର ପରିଧାନ କରି ଗାନ୍ଧିଜୀଙ୍କ ଅନଶନ ବିଷୟରେ ଏକ ସଭାରେ ଭାଷଣ ଦେଇଥିଲେ ଓ ଯୁଗଯୁଗରୁ ଚାଲିଆସିଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ। ଅଛବମାନଙ୍କୁ ମନ୍ଦିରକୁ ଯାଇ ଦର୍ଶନ କରିବା, ସର୍ବସାଧାରଣ କୂଅରୁ ପାଣିନେବା ଓ ସର୍ବସାଧାରଣ ସ୍ଥାନଗୁଡ଼ିକୁ
ଯିବାକୁ ଦିଆଯାଇଥିଲା। ବହୁସଂଖ୍ୟାରେ ହିନ୍ଦୁଧର୍ମର ନେତାମାନେ ଅଛବମାନଙ୍କ ପ୍ରତିନିଧିଙ୍କୁ ସାକ୍ଷାତ କରିଥିଲେ ଏବଂ ଏକ ବିକଳ୍ପ ଭୋଟ୍‍ଦାନ ଉପରେ ସହମତି ପ୍ରକାଶ ହୋଇଥିଲା ଓ ଗାନ୍ଧିଜୀ ତାଙ୍କର ଅନଶନ ଭଙ୍ଗ କରିବା ପୂର୍ବରୁ ବ୍ରିଟିଶ ସରକାରଙ୍କଠାରୁ ଅନୁମତି ଅଣାଯାଇଥିଲା।
ଗାନ୍ଧିଜୀ ସର୍ବଦା କହୁଥିଲେ, ଯେପର୍ଯ୍ୟନ୍ତ ହିନ୍ଦୁଧର୍ମରେ ଛୁଆଁ ଅଛୁଆଁ ଭେଦଭାବ ରହିଥିବ, ସେ ପର୍ଯ୍ୟନ୍ତ ହିନ୍ଦୁଧର୍ମର ସଂଖ୍ୟାବହୁଳ ଲୋକ ତାଙ୍କର କିଛି ଲୋକଙ୍କୁ ଛୁଇଁଲେ ପାପର ଭାଗିଦାର ହେବାକୁ ବିଶ୍ୱାସ ରଖିବେ ଓ ଏହା ଦ୍ୱାରା କେବେ ସ୍ୱରାଜ ଆସିପାରିବ ନାହିଁ। ସ୍ୱରାଜ ସବର୍ଣ୍ଣମାନଙ୍କ ପ୍ରତି ଯେତିକି ଗୁରୁତ୍ୱପୂର୍ଣ୍ଣ’ ଅସବର୍ଣ୍ଣମାନଙ୍କ ପ୍ରତି ସେତିକି
ଗୁରୁତ୍ୱପୂର୍ଣ୍ଣ ବୋଲି ଗାନ୍ଧିଜୀ କହିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories