www.samajalive.in
Sunday, December 7, 2025
16.1 C
Bhubaneswar

ହାଥରସ ଦୁଷ୍କର୍ମ ମାମଲା; ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ- ମୋଦୀ

ନୂଆଦିଲ୍ଲୀ: ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଏଥିପାଇଁ ସେ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଉକ୍ତ ଟିମରେ ଗୃହ ସଚିବ ଭଗବାନ ସ୍ୱରୂପ, ଡିଜି ଚନ୍ଦ୍ରପ୍ରକାଶ ଏବଂ ସେନାନାୟକ ପିଏସି ଆଗ୍ରା ପୁଣମ୍ ରହିଛନ୍ତି। ଏହି ମାମଲର ତଦନ୍ତ ୭ଦିନ ଭିତରେ ଶେଷ କରି ସବିଶେଷ ରିପୋର୍ଟ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗଣଦୁଷ୍କର୍ମ ମାମଲାର ଶୁଣାଣି  ଫାଷ୍ଟ-ଟ୍ରାକ୍ କୋର୍ଟରେ କରାଯିବ ବୋଲି ଯୋଗୀ କହିଛନ୍ତି ।

ଅନ୍ୟପଟେ, ହାଥରସ ମାମଲାକୁ ଗୁରୁତର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମୋଦୀ ଫୋନରେ କଥା ହୋଇଥିବା ବେଳେ ମାମଲାକୁ ଗମ୍ଭୀରତାର ସହ ନେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୋଦୀ କହିଥିବା ସୂଚନା ରହିଛି।

- Advertisement -

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୪ରେ ହାଥରସର ଗାଁର ଚାରି ଜଣ ଯୁବକ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ଚାରି ଅଭିଯୁକ୍ତ ମଧ୍ୟ ପୀଡିତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ପୀଡିତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେ ଠିକ୍ ଭାବରେ ନିଶ୍ୱାସ ନେଇପାରିନଥିଲେ। ଚିକିତ୍ସା ସମୟରେ ପୀଡିତାଙ୍କ ମଙ୍ଗଳବାର ଦିନ ଦିଲ୍ଲୀରେ ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ପୁଲିସ ଅନ୍ତିମ ସଂସ୍କାର କରିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories