www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରକ୍‍-ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ରାମପୁର ଛକରେ ଏକ ଟ୍ରକ୍‍ ସହିତ ବାଇକ୍‍ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ପଠାଇ ଦିଆଯାଇଛି। ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାଯାଇଛି।

ଖବର ପ୍ରକାରେ, ଆଜି ଅପରାହ୍ନରେ ଏକ ଟ୍ରକ୍‍ ରାୟଗଡ଼ାରୁ ବଲାଙ୍ଗିର ଯାଉଥିବା ବେଳେ ହଠାତ୍‍ ଏକ ବାଇକ୍‍ ଆସି ସମ୍ମୁଖରେ ଧକ୍କା ହୋଇଥିଲା। ବାଇକରେ ବସିଥିବା ତିନିଜଣ ଯାକ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଓ ପରେ ଅଧିକ ଚିକିତ୍ସା ପାଇଁ ବାଲିଗୁଡ଼ା ନିଆଯାଇଥିଲେ ମଧ୍ୟ ଗୁରୁ୍‍ତର ଥିବା ବ୍ୟକ୍ତିଙ୍କର ବାଟରେ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ବାଲିଗୁଡ଼ାରେ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଗରୁତର ଥିବା ଜଣକୁ ବ୍ରହ୍ମପୁର ରେଫର କରାଯାଇଛି। ବାଇକ୍‍ର ଯାତ୍ରୀମାନେ ଏକ ସୁଦ୍ଧକାମରେ ଯୋଗଦେଇବା ପାଇଁ ଲଙ୍କାଗଡ଼ରୁ ତୁମୁଡ଼ିବନ୍ଧ ପଂଚାୟତ ଅନ୍ତର୍ଗତ ବନବନ୍ଧ ସାହିକୁ ଯାଉଥିଲେ। ଖବର ପାଇ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‍କୁ ଜବତ କରିବା ସହିତ ଗାଡ଼ି ଚାଳକକୁ ଅଟକ ରଖିଛି। ଏନେଇ ଏକ ମାଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories