www.samajalive.in
Sunday, December 7, 2025
14.1 C
Bhubaneswar

ଦାନ୍ତିଆମୁହାଁ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଏଯାଏଁ ପୁଲିସ ଅଭଯୁକ୍ତକୁ ଗିରଫ ନ କରିବା ପ୍ରତିବାଦରେ ଫାଣ୍ଡି ଘେରାଉ

ବେତନଟୀ : ବେତନଟୀ ଥାନା ବଡଜାମବଣି ଫାଣ୍ଡି ଇଲାକାର ଦାନ୍ତିଆମୁହାଁ ପଞ୍ଚାୟତ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ୩ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହେବାରୁ ମଙ୍ଗଳବାର ଦାନ୍ତିଆମୁହାଁ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ପ୍ରତିବାଦ ସ୍ୱରୁପ ଫାଣ୍ଠି ଘେରାଉ କରିଥିଲେ। ଘଟଣାରୁ ପ୍ରକାଶ ଦାନ୍ତିଆମୁହାଁ ହାଟ ପଡିଆରେ ରାଣୀ ସିଂ ନାମ୍ନୀ ଜଣେ ମହିଳାଙ୍କର ଗୋଟିଏ ଦୋକାନ ଥିଲା। ମାତ୍ର ଉକ୍ତ ମହିଳାଙ୍କ ଜମିକୁ ହଡପ କରିବା ନିମନ୍ତେ ଚାଲିଥିବା ଚକ୍ରାନ୍ତ କରିବା ସହିତ ଉକ୍ତ ସ୍ଥାନକୁ ଛାଡିବାକୁ କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ବାଧ୍ୟ କରୁଥିଲେ। ଏ ସମ୍ପର୍କରେ ରାଣୀ ସିଂ ଦାନ୍ତିଆମୁହାଁ ସରପଞ୍ଚହରି ସିଂଙ୍କୁ ଜଣାଇଥିଲେ। ସରପଞ୍ଚ ଶ୍ରୀ ସିଂ ଉକ୍ତ ମହିଳାଙ୍କ ନିକଟରୁ ସମସ୍ତ ବିଷୟରେ ଅବଗତ ହୋଇ ଏହାର ଆପୋଷ ସମାଧାନ ନିମନ୍ତେ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା କରୁଥିବା ସମୟରେ କେତେକ ଯୁବକ ନିଶାସକ୍ତ ଅବସ୍ଥାରେ ଉକ୍ତ ସ୍ଥାନରେ ପହଞ୍ଚି ହଠାତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସରପଞ୍ଚ ଶ୍ରୀ ସିଂ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ସିଂ ଓ ରାଣୀ ସିଂ ବେତନଟୀ ଥାନାରେ ଲିଖିତ ଅଭିଯୋଗ ଉମାକାନ୍ତ ମହାନ୍ତ, ନଗେନ ମୁଖୀ, ତମ୍ବୁ ମୁଖୀ, ଅମ୍ବୁ ମୁଖୀ, ସୁବାଷ ମୁଖୀଙ୍କ ନାମରେ କରିଥିଲେ। ଏପରିକି ଅଭିଯୁକ୍ତ ମାନେ ରାଣୀ ସିଂଙ୍କୁ ଟଣାଓଟରା କରିବା ସହିତ ମାଡ ମଧ୍ୟ ମାରିଥିଲେ। ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଥିଲା। ମାତ୍ର ଏହି ଘଟଣା ଘଟିବାର ୫ ଦିନପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ଗିରଫ କରିବାରେ ସଫଳ ନ ହେବାରୁ ମଙ୍ଗଳବାର ପ୍ରତିବାଦ ସ୍ୱରୁପ ଦାନ୍ତିଆମୁହାଁ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ବଡଜାମବଣିଫାଣ୍ଡି ଘେରାଉ କରିଥିଲେ। ଖବରପାଇ ବେତନଟୀଥାନା ଅଧିକାରୀ ତିଳତ୍ତୋମା ରାଉତ, ଫାଣ୍ଡିଅଧିକାରୀ ପବିତ୍ର ମୋହନ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତ ମାନଙ୍କୁ ୩ଦିନ ଭିତରେ ଗିରଫ କରାଯିବ ବୋଲି ଥାନାଧିକାରୀ କହିବା ପରେ ଉତ୍ତ୍ୟକ୍ତ ଜନତା ଫାଣ୍ଡି ସମ୍ମୁଖରୁ ହଟିଯାଇଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏଭଳି ଭାବରେ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲ ନିନ୍ଦା କରାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories