www.samajalive.in
Monday, December 8, 2025
16.1 C
Bhubaneswar

ମଠଖାଇ ଦନ୍ତାମୃତ୍ୟୁ ଘଟଣା, ଆରସିସିଏଫଙ୍କ ତଦନ୍ତ ଧର୍ମକୁ ଆଖିଠାର

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗୋଟିଏ ପରେ ଗୋଟିଏ ଦନ୍ତା ଟଳିପଡୁଥିବା ବେଳେ ଅସହାୟ ବନ ବିଭାଗ। ବଲାଙ୍ଗିରର ବିଭିନ୍ନ ରେଞ୍ଜର ଅଧିନରେ ଥିବା ଜଙ୍ଗଲମାନଙ୍କରେ ହାତୀଙ୍କ ଉପସ୍ଥିତି ରହୁଥିବା ବେଳେ ହାତୀ ସଂଖ୍ୟା ଦିନକୁ ଦିନ କମି କମି ଚାଲିଛି। ଶନିବାର ସଦର ରେଞ୍ଜ ଅଧିନସ୍ଥ ମଠଖାଇ ସଂରକ୍ଷିତ ଜଙ୍ଗଳ ରତାଖଣ୍ଡିଠାରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ଦାନ୍ତ ଦୁଇଟି ସୁରକ୍ଷିତ ରହିଥିଲା। ସେହିପରି ଗତ କିଛି ମାସ ତଲେ ମଧ୍ୟ ଏକ ଦନ୍ତା ବାରହା ଫାଶରେ ପଡି ମୃତ୍ୟୁବରଣ କରିଥିଲା। କିନ୍ତୁ ଏହି ଦନ୍ତାର ଦାନ୍ତ ଚୋରିହୋଇଥିଲା। ଉଭୟ ଘଟଣାରେ ଆରସିସିଏଫ ଆସି ତଦନ୍ତ କରିଥିଲେ। ହେଲେ ତାଙ୍କ ତଦନ୍ତ ଧର୍ମକୁ ଆଖିଠାର ଭଳି ଲୋକେ ଆଲୋଚନା କରୁଛନ୍ତି। କୈାଣସି ବି ଘଟଣାରେ ତାଙ୍କ ପକ୍ଷରୁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ।

ମଠଖାଇ ସଂରକ୍ଷିତ ଜଙ୍ଗଳ ରତାଖଣ୍ଡିର ଏକ ଜମିରୁ ଉଦ୍ଧାର ହୋଇଥିଲା ଏକ ଦନ୍ତା ହାତୀର ମୃତଦେହ। ଘଟଣା ସାମ୍ନାକୁ ଆସିବା ପରେ ହାତୀର ବ୍ୟବଚ୍ଚେଦ ଦିନ ବଲାଙ୍ଗିର ଆସି ତଦନ୍ତ କରିଥିଲେ ଆରସିସିଏଫ ଅଭିରାମ କର। ଦନ୍ତାର ମୃତ୍ୟୁ କିଭଳି ହେଲା ତାକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଥିବା ଡିଏଫଓ ସମୀରକାନ୍ତ ଶତପଥୀ ସ୍ପଷ୍ଟ ଭାବେ ହାତୀ ଶୀକାରକୁ ଅସ୍ୱୀକାର କରିଛନ୍ତି। ପ୍ରାଥମିକ ତଦନ୍ତରୁ ହାତୀ କିଛି ବିଷ ଜାତୀୟ ଖାଦ୍ୟ ଖାଇବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ସେ କହିଛନ୍ତି। ବ୍ୟବଚ୍ଛେଦ ପରେ ଅଙ୍ଗବିଶେଷ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଦକଦ୍ରବ୍ୟରେ ଅଧିକ ନିଶା ପାଇଁ ମିଶାଯାଉଥିବା ରାସାୟନିକ ପଦାର୍ଥ ଖାଇବା ପରେ ପାଣି ନପାଇ ଦନ୍ତାର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥିବା ସେ କହିଛନ୍ତି। ଯଦିଓ କାରଣ ସ୍ପଷ୍ଟ ହୋଇନାହିଁ ତେବେ ସଂରକ୍ଷିତ ଜଙ୍ଗଳ ଭିତରେ ଏହିଭଳି ରନ୍ଧା ମଦ କାରବାର ଚାଲୁଥିବା ବେଳେ ଏଥିପାଇଁ ଦାୟୀ କିଏ। ଏପର୍ୟ୍ୟନ୍ତ ଦାୟିତ୍ୱହୀନତା ପାଇଁ କାହା ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇନାହିଁ। ଆରସିସିଏଫ ତଦନ୍ତ କରି ଫେରିବା ପରେ ମଧ୍ୟ ସେ ନୀରବ ରହିଛନ୍ତି। କେବଳ ଏହି ଘଟଣା ନୁହଁ ଲୋଇସିଂହା ରେଞ୍ଜ ମହାକୁରପାଲି ଠାରେ ଦନ୍ତା ଶୀକାର ଘଟଣାରେ ମଧ୍ୟ ଆଖିଦୃଶିଆ କାର୍ୟ୍ୟାନୁଷ୍ଠାନ ହୋଇପାରିନାହିଁ। ଘଟଣାକୁ ମାସ ମାସ ବିତିଯାଇଥିବା ବେଳେ ଦୁଇ ଜଣ ତଲିଆ କର୍ମଚାରୀ ନିଲମ୍ବନରେ କାମ ସାରିଦେଇଛି ବନ ବିଭାଗ। ଏହି ଦୁଇ ହାତୀ ମୃତ୍ୟୁ ଘଟଣାରେ ଆରସିସିଏଫ ନିଜେ ତଦନ୍ତ କରିବା ପରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନିହାତି ଭାବେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ତାଙ୍କ ତଦନ୍ତ ଲୋକ ଦେଖାଣିଆ ନା ହାତୀ ସୁରକ୍ଷା ପାଇଁ ସେ ଚିନ୍ତିତ ରହିଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଲାଙ୍ଗିର ଜିଲାର ଜଙ୍ଗଳ ଏବେ ହାତୀ ମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ବନ ବିଭାଗ ପକ୍ଷରୁ ଜଙ୍ଗଳ ଭିତରେ ପାଟ୍ରୋଲିଂ ଟିମ ବ୍ୟବସ୍ଥା କରି ହାତୀପଳ ଗତିବିଧି ନିରୀକ୍ଷଣ ଓ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଏଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଡିଏଫଓ ଶ୍ରୀ ଶତପଥୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories