www.samajalive.in
Monday, December 8, 2025
14.1 C
Bhubaneswar

ବେଆଇନ ଘରୋଇ ସ୍କୁଲ: ବର୍ଷାଧିକ କାଳ ହେଲା ବିନା ଅନୁମତିରେ ଚାଲିଛି ଆବାସିକ ବିଦ୍ୟାଳୟ

ବଲାଙ୍ଗିର: ବଲାଙ୍ଗିର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବେଆଇନ ଭାବେ ଖୋଲାଖୋଲି ଚାଲିଛି ଘରୋଇ ବିଦ୍ୟାଳୟ। ବିନା କୈାଣସି ଅନୁମତିରେ ଆବାସିକ ବିଦ୍ୟାଳୟ ଖୋଲି ବ୍ୟବସାୟ ଚଲାଇଛନ୍ତି ସରକାରୀ ଶିକ୍ଷକ। ଏହିଭଳି ଘଟଣା ସାମ୍ନାକୁ ଆସିବା ପରେ ତୁଷୁରାରେ ଥିବା ତୋଷାଲି ବିଦ୍ୟାଳୟର ପରିଚାଳନା ଟ୍ରଷ୍ଟରେ ଥିବା ଦୁଇ ଜଣ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ଏହି ସ୍କୁଲକୁ ସିଲ କରିବା ପାଇଁ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରୀୟାରେ କହିଛନ୍ତି। ତେବେ କୈାଣସି ଅନୁମତି ନ ନେଇ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଏହି ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏପର୍ୟ୍ୟନ୍ତ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ ହେବା ସମସ୍ତଙ୍କୁ ଚକିତ କରିଛି।

ବଲାଙ୍ଗିର ଜିଲା ତୁଷୁରା ଠାରେ ଗତ ଶିକ୍ଷାବର୍ଷରୁ ତୋଷାଲି ବିଦ୍ୟାଳୟ ନାଁରେ ଏକ ସ୍କୁଲ ଆରମ୍ଭ ହୋଇଥିଲା। ଏକ ୬ଜଣିଆ ସଦସ୍ୟ ଥିବା ସାଇ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ଏହି ସ୍କୁଲ ପରିଚାଳନାରେ ଆରମ୍ଭ ହୋଇଥିଲା। ପୂର୍ବରୁ ଏହି ଟ୍ରଷ୍ଟ ଅଧିନରେ ରୟାଲ ଇଣ୍ଟରନେସନାଲ ସ୍କୁଲ ଥିବା ବେଳେ ସେହି ଗୋଟିଏ କ୍ୟାମ୍ପସରେ ତୋଷାଲି ଆବାସିକ ସ୍କୁଲ ଆରମ୍ଭ ହୋଇଥିଲା। ତେବେ ରୟାଲ ଇଣ୍ଟରନେସନାଲ ଆବାସିକ ସ୍କୁଲରେ ହୋଇଥିବା ଘଟଣାକୁ ନେଇ ଛାନଭିନ କରାଯିବା ପରେ ଏହି ବେଆଇନ ସ୍କୁଲର କଳାକାରନାମା ମଧ୍ୟ ପଦାରେ ପଡିଥିଲା। ବେଆଇନ ଭାବେ ଚାଲିଥିବା ଏହି ସ୍କୁଲ ବିଷୟରେ ଗୁଡଭେଲା ସୂଚନା ପାଇବା ପରେ ଅନୁମତି ପତ୍ର ଓ କାଗଜପତ୍ର ଦେଖାଇବା ପାଇଁ କହିଥିଲେ। କିନ୍ତୁ ସ୍କୁଲ ପ୍ରଶାସନ କିଛି ଦେଖାଇପାରିନଥିଲେ। ଫଳରେ ଏହି ସ୍କୁଲ ବେଆଇନ ଭାବେ ଚାଲୁଥିବା ଗୁଡଭେଲା ବିଇଓ ନେପାଲ ଚନ୍ଦ୍ର ବାଗ ସୂଚନା ଦେଇଛନ୍ତି। ସ୍କୁଲ ଟ୍ରଷ୍ଟରେ ଥିବା ଦୁଇ ଜଣ ଶିକ୍ଷକ ଶ୍ୟାମ ସୁନ୍ଦର ପଧାନ ଓ ଅଶୋକ ପଧାନଙ୍କୁ ଘରୋଇ ଶିକ୍ଷା ବ୍ୟବସାୟରେ ସଂପୃକ୍ତି ଥିବା ଯୋଗୁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଉଭୟଙ୍କୁ ନିଲମ୍ବନ କରି ଶିକ୍ଷା ବିଭାଗ ନୀରବ ରହିଥିଲା। ଉଭୟ ଶିକ୍ଷକଙ୍କ ସହ ରହିଥିବା ଆଉ ଜଣେ ଟ୍ରଷ୍ଟି ଦେବାଶିଷ ମହାପାତ୍ର ପୂର୍ବରୁ ରୟାଲ ଇଣ୍ଟରନେସନାଲ ସ୍କୁଳରେ ଶିକ୍ଷକତା କରୁଥିଲେ। ପରେ ସେ ଟ୍ରଷ୍ଟି ହୋଇଥିବା ବେଳେ ଜାନୁୟାରୀ ୨୦୨୦ରେ ହୋଇଥିବା ଏକ ଛାତ୍ରକୁ ଅପ୍ରାକୃତିକ ଶାରୀରିକ ଅସଦାଚରଣ ଘଟଣାରେ ତାଙ୍କ ନାଁରେ ତୁଷୁରା ଥାନାରେ ମାମଲା ରୁଜୁ ହୋଇଛି। ଏହି ସବୁ ଭିତରେ ସ୍କୁଲ ବିନା ଅନୁମତିରେ ଗୋଟିଏ ବର୍ଷ ଧରି କିଭଳି ଚାଲିଲା ? ଏନେଇ ସ୍ଥାନୀୟ ବିଭାଗ ପାଖରେ କୈାଣସି ସୂଚନା ନଥିବା ବେଳେ ତଦନ୍ତ ସମୟରେ କିଛି କାଗଜପତ୍ର ନ ଦେଖାଇବା, ତଦନ୍ତର ମାତ୍ର କିଛି ଘଣ୍ଟା ଭିତରେ ଦୁଇ ଜଣଙ୍କୁ ଚାକିରୀରୁ ନିଲମ୍ବିତ କରିବା ଏକ ବଡ ଧରଣର ଅନିୟମିତତାର ସୂଚନା ଦେଉଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ଏପର୍ୟ୍ୟନ୍ତ ଏହି ସ୍କୁଲକୁ ବନ୍ଦ କରାଯାଇନାହିଁ। ଅନ୍ୟପକ୍ଷରେ ତୋଷାଲି ବିଦ୍ୟାଳୟର ଟ୍ରଷ୍ଟି ଦେବାଶିଷ ମହାପାତ୍ରଙ୍କ କହିବା ଅନୁସାରେ ଏନଓସି ପାଇଁ ଆବେଦନ କରାଯାଇଛି। ବର୍ତ୍ତମାନ ୧୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏନେଇ ଗୁଡଭେଲା ବିଇଓ ଶ୍ରୀ ବାଗଙ୍କୁ ପଚାରିବାରୁ ଏହି ସ୍କୁଲ ସଂପୂର୍ଣ୍ଣ ବେଆଇନ, ହୋଷ୍ଟେଲ ଚଲାଇବା ପାଇଁ କୈାଣସି ଅନୁମତି ନେଇନାହାନ୍ତି କିମ୍ବା ତଦନ୍ତ ସମୟରେ କୈାଣସି କାଗଜପତ୍ର ଦେଖାଇନାହାନ୍ତି। ଏହି ସ୍କୁଲ ମଙ୍ଗଳବାର ସେ ସିଲ କରିବେ ବୋଲି ନିଜ ପ୍ରତିକ୍ରୀୟାରେ କହିଛନ୍ତି। ଆବଶ୍ୟକ ହେଲେ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ମିଛ କହି ସେମାନଙ୍କଠାରୁ ମୋଟା ଟଙ୍କା ନେଇ ସ୍କୁଲ ଖୋଲିଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି ମଧ୍ୟ ଶ୍ରୀ ବାଗ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories