www.samajalive.in
Wednesday, December 10, 2025
23.1 C
Bhubaneswar

ନେତାଙ୍କ ନାଁ​‌ରେ ଅପରାଧ ମାମଲା: ଅକ୍ଟୋବର ୧୯ ସୁଦ୍ଧା ରିପୋର୍ଟ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ

ବର୍ଷବର୍ଷ ଧରି ନେତାଙ୍କ ନାଁରେ ଗଡ଼ୁଛି ଗଣ୍ଡାଗଣ୍ଡା ମାମଲା । ବିଚାର ସରିବାକୁ ୧୦ ବର୍ଷରୁ ୩୦ ବର୍ଷ ଲାଗି ଯାଉଚି । ତଥାପି ବିଚାର ସରୁନାହିଁ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଏକ ମାମଲାର ବିଚାର ଅବସରରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରାଜ୍ୟର ନେତାମାନଙ୍କ ବିରୋଧରେ ରହିଥିବା ମାମଲାର ରିପୋର୍ଟ ମାଗିଛନ୍ତି । ଅକ୍ଟୋବର ୧୯ ତାରିଖ ପୂର୍ବରୁ ସରକାର ତଥ୍ୟ ରଖିବାକୁ ହାଇକୋର୍ଟ କହିଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦେଶ ଦେଇଛନ୍ତି।

- Advertisement -

ଗତ ସେପ୍ଟେମ୍ବର ୧୬ ତାରିଖରେ ଅଶ୍ୱିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଥିଲେ। ସେହି ନିର୍ଦ୍ଦେଶ ଆଧାରରେ ନିଜ ଆଡୁ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି। ବିଭିନ୍ନ ଜିଲ୍ଲାରେ ଥିବା ଅଦାଲତ ଗୁଡିକରେ ସାଂସଦ ଓ ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଥିବା ମାମଲା ସଂପର୍କିତ ସବିଶେଷ ବିବରଣୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏହିସବୁ ଅପରାଧିକ ମାମଲା ଗୁଡିକର ତ୍ବରିତ ଶୁଣାଣି ଓ ଶୀଘ୍ର ଟ୍ରାଏଲ ଶେଷ କରିବା ପାଇଁ ରହିଥିବା ଭିତ୍ତିଭୂମି ଯଥା କର୍ମଚାରୀ, କାର୍ଯ୍ୟାଳୟ ଇତ୍ୟାଦି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାମଲାର ବିଚାର ପ୍ରକ୍ରିୟା ଉପରେ ଉପର କୋର୍ଟ ରହିତାଦେଶ ଜାରି କରିଛନ୍ତି ସେ ସଂପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବିବରଣୀ ସତ୍ୟପାଠରେ ଉଲ୍ଲେଖ କରିବାକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories