www.samajalive.in
Saturday, December 13, 2025
23.1 C
Bhubaneswar

ଉତ୍ତର-ପୂର୍ବାଞ୍ଚଳର ଅନନ୍ୟ ସଂସ୍କୃତି ଭାରତୀୟ ସଂସ୍କୃତିର ଅଳଙ୍କାର – ଶାହା

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଡେଷ୍ଟିନେସନ ନର୍ଥ ଇଷ୍ଟ-୨୦୨୦ ଉଦଘାଟନ କରିଛନ୍ତି। ଏହାଦ୍ୱାରା ଉତ୍ତର-ପୂର୍ବ ଅଞ୍ଚଳର ଇକୋ-ଟୁରିଜିମ୍, ସଂସ୍କୃତି ଏବଂ ଐତିହ୍ୟକୁ ନୂଆ ଦିଗ ମିଳିପାରିବ ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ ଉତ୍ତର-ପୂର୍ବ ଅଞ୍ଚଳର ସଂସ୍କୃତି ଅନନ୍ୟ ଏବଂ ସେଠାରେ ଥିବା ଲୋକମାନେ ଏହାର ସଂରକ୍ଷଣ କରିଛନ୍ତି। ସେ ଉତ୍ତର-ପୂର୍ବ ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ଭାରତୀୟ ସଂସ୍କୃତିର ଅଳଙ୍କାର ବୋଲି କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ନରେନ୍ଦ୍ର ମୋଦୀ ସରକାର ଏହି ଅଂଚଳର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଉଛନ୍ତି ଏବଂ ଭବିଷ୍ୟତରେ ଏହା ବିଶ୍ୱ ପର୍ଯ୍ୟଟନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବ। ସେ କହିଛନ୍ତି, ଏହି ଅଞ୍ଚଳର ବିକାଶ ପାଇଁ ଶାନ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଭିତ୍ତିଭୂମି ନିର୍ମାଣ ସହିତ ସରକାର ଏହା ଉପରେ ଧ୍ୟାନ ଦେଇଛନ୍ତି।

ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଏହି ଅବସରରେ କହିଛନ୍ତି ଯେ କରୋନା ମହାମାରୀ ପରେ ଉତ୍ତର-ପୂର୍ବ ଅଂଚଳରେ ସୁବର୍ଣ୍ଣ ଯୁଗ ଆରମ୍ଭ ହେବ ଏବଂ ଏହି ଅଞ୍ଚଳ ଭାରତର ପ୍ରମୁଖ ପର୍ଯ୍ୟଟନ ତଥା ବ୍ୟବସାୟିକ ସ୍ଥାନ ହେବ। ସେ କହିଛନ୍ତି, ଉତ୍ତର-ପୂର୍ବ ନୂଆ ଭାରତର ମାର୍ଗଦର୍ଶକ ହେବ ଓ ନୂଆ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।

- Advertisement -

ଏହି କାର୍ୟ୍ୟକ୍ରମରେ ଉତ୍ତର ପୂର୍ବାଞ୍ଚଳରେ ଥିବା ପର୍ୟ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଦିଗରେ କାର୍ୟ୍ୟ କରାଯିବ। ଡେଷ୍ଟିନେସନ୍ ନର୍ଥଇଷ୍ଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଏକ ନିୟମିତ କାର୍ୟ୍ୟକ୍ରମ। ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟାନ୍ୟ ଭାଗ ସହ ସମକକ୍ଷ କରାଇବା ଲକ୍ଷ୍ୟରେ ଏହି କାର୍ୟ୍ୟକ୍ରମ କରାଯାଉଛି। ଏହି ଚାରି ଦିନିଆ କାର୍ୟ୍ୟକ୍ରମରେ ରାଜ୍ୟ ତଥା ବିଭିନ୍ନ ଅଞ୍ଚଳର ପର୍ୟ୍ୟଟନ ସ୍ଥାନଗୁଡିକର ଅଡିଓ ଭିଜୁଆଲ୍ ଉପସ୍ଥାପନା, ରାଜ୍ୟଗୁଡିକର ବିଶିଷ୍ଟ ବ୍ୟକ୍ତିମାନଙ୍କ ବାର୍ତ୍ତା, ସ୍ଥାନୀୟ ଉଦ୍ୟୋଗୀଙ୍କ ପରିଚୟ ଏବଂ ପାରମ୍ପାରିକ ଫ୍ୟାଶନ୍ ଏବଂ ସ୍ଥାନୀୟ ଉତ୍ପାଦର ଭର୍ଚୁଆଲ୍ ପ୍ରଦର୍ଶନୀ ପ୍ରଦର୍ଶିତ ହେଉଛି। ଡେଷ୍ଟିନେସନ୍ ନର୍ଥଇଷ୍ଟ – ୨୦୨୦ ମଧ୍ୟ ସମସ୍ତଙ୍କୁ ବିଦେଶକୁ ଯିବା ପରିବର୍ତ୍ତେ ସ୍ଥାନୀୟ ପର୍ୟ୍ୟଟନସ୍ଥଳୀଗୁଡ଼ିକ ଅନୁସନ୍ଧାନ କରିବା ପାଇଁ ସୁଯୋଗ ଦେବ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories