www.samajalive.in
Saturday, December 13, 2025
23.1 C
Bhubaneswar

ଆଜି ଜେଇଇ ଆଡଭାନ୍ସ

ଭୁବନେଶ୍ୱର  : ଚଳିତ ବର୍ଷ ଜେଇଇ ଆଡଭାନ୍ସ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ରବିବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶରେ ୧.୬୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପେପର-୧ ପାଇଁ ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ସରିବ। ପେପର-୨ ପାଇଁ ଦ୍ୱିତୀୟ ସିଟିଂ ଅପରାହ୍ଣ ସାଢେ ୨ଟାରୁ ୫.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କୋଭିଡ଼ କଟକଣାକୁ ପାଳନ କରାଯାଇ ପରୀକ୍ଷା କରିବାକୁ ଆଇଆଇଟି ଦିଲ୍ଲୀ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। କେନ୍ଦ୍ର ଭିତରକୁ ପରୀକ୍ଷାର୍ଥୀ ପ୍ରବେଶ କରିବା ସମୟରେ ହାତକୁ ସାନିଟାଇଜ୍‍ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ପରିସରରେ କୌଣସି ଅଭିଭାବକ ଏବଂ ଛାତ୍ରଛାତ୍ରୀ ଗହଳି କରିପାରିବେ ନାହିଁ। କରୋନା କଟକଣାକୁ ଲକ୍ଷ୍ୟ କରି ଏବର୍ଷ ଦେଶର ୨୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏସବୁ ସହରଗୁଡିକରେ ୧୧୫୦ଟି କେନ୍ଦ୍ର ହୋଇଛି। ଗତବର୍ଷ ୧୬୪ଟି ସହରରେ ୬୦୦ଟି କେନ୍ଦ୍ର କରାଯାଇ ଥିଲା। ସେହିପରି ଓଡ଼ିଶାରେ ଜେଇଇ ଆଡଭାନ୍ସ ପରୀକ୍ଷା ନିମନ୍ତେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବା ଜଣାପଡ଼ିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories