www.samajalive.in
Wednesday, December 10, 2025
14.1 C
Bhubaneswar

ବ୍ୟାଟିଂ ଲଢ଼େଇ ପାଇଁ ରାଜସ୍ଥାନ-କିଙ୍ଗ୍‌ସ ପ୍ରସ୍ତୁତ

ସାରଜା : ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହେବେ। ସାରଜାରେ ଏହି ମ୍ୟାଚ ଖେଳାଯିବ। ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ କିଙ୍ଗ୍‌ସ୍‌ ଏକାଦଶ ପଞ୍ଜାବ ପରାଜୟ ସହ ସିଜିନ୍‌ ଆରମ୍ଭ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ବିଜୟ ସହ ସିଜିନ୍ ଆରମ୍ଭ କରିଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ବିଜୟ ଧାରାକୁ ବଜାୟ ଲାଗି ଉଦ୍ୟମ କରିବ। ଭାରତୀୟ କ୍ରିକେଟର ଭବିଷ୍ୟତ ଅଧିନାୟକ ଭାବେ ଅବଗଣନା କରାଯାଉଥିବା ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ ପ୍ରଥମ ମ୍ୟାଚରେ ଅପ୍ରତ୍ୟାଶିତ ଭାବେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ପରାଜୟ ବରଣ କରିଥିଲା। ଦ୍ବିତୀୟ ମ୍ୟାଚରେ ଦଳ ଶକ୍ତିଶାଳୀ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିବାରୁ ମନୋବଳ ଉଚ୍ଚରେ ରହିଛି।
କିଙ୍ଗ୍‌ସ ଏକାଦଶ ପଞ୍ଜାବର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ ଲୋକେଶ ରାହୁଲ ଚମତ୍କାର ଫର୍ମରେ ରହିଛନ୍ତି। ମୟଙ୍କ ଦୁଇଟି ମ୍ୟାଚରୁ ୨୬, ୮୯ରନ, ରାହୁଲ ୨୧ ଓ ୧୩୨ରନ , କରିଥିବାବେଳେ ନିକୋଲାସ ପୁରନ, ମ୍ୟାକ୍ସୱେଲ ରହିଛନ୍ତି। ମ୍ୟାକ୍ସୱେଲ ପ୍ରଥମ ଦୁଇ ମ୍ୟାଚରୁ ମାତ୍ର ୬ରନ କରିଛନ୍ତି। ମ୍ୟାକ୍ସୱେଲଙ୍କ ଫର୍ମକୁ ନେଇ କିଙ୍ଗ୍‌ସ ଏକାଦଶ ଚିନ୍ତାରେ ନିଶ୍ଚିତ ରହିବ। କାରଣ ମ୍ୟାଚ ଫିନିସିଂ କରିବାରେ ମ୍ୟାକ୍ସୱେଲଙ୍କ ଉପରେ ଦଳ ନିର୍ଭର କରିବ। ବୋଲିଂରେ ୱେଷ୍ଟଇଣ୍ଡିଜ୍‌ର କଟ୍ରେଲ ଓ ମହମ୍ମଦ ସାମି ଯୋଡ଼ି ଭଲ ପ୍ରଦର୍ଶନ କରୁଛନ୍ତି। ସ୍ପିନ ବିଭାଗରେ ଏମ୍‌ ଅଶ୍ବିନ, ମ୍ୟାକ୍ସୱେଲ ଦାୟିତ୍ବ ତୁଲାଉଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ କିଙ୍ଗସ୍‌ ଏକାଦଶ ଫେଭରିଟ୍‌ ବିବେଚନା କରାଯାଉଛି। ସେହିପରି ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ବିଜୟ ଦଳର ମନୋବଳକୁ ବୃଦ୍ଧି କରିଛି। ଯୁବ ଓପନର ଜଶ୍ବସି ଜୟସ୍ବାଲ ବିଫଳ ହୋଇଥିଲେ ମଧ୍ୟ ସଞ୍ଜୁ ସାମସନ ଓ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ସାମସନଙ୍କ ଚମତ୍କାର ଇନିଂସ ଦଳକୁ ବଡ ସ୍କୋର କରିବାରେ ସହାୟକ ହୋଇଥିଲା। ଦଳରେ ରାହୁଲ ତିୱାତିଆ, ଡେଭିଡ ମିଲର ଓ ରବୀନ୍‌ ଉଥପ୍ପାଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି। ଜେଫ୍ରା ଆର୍ଚର, ଜୟଦେବ ଉନାଦକତ୍‌ ଓ ଟମ୍‌ କରନ୍ ଫାଷ୍ଟ ବୋଲିଂ ବିଭାଗ ସମ୍ଭାଳୁଥିବାବେଳେ ସ୍ପିନ ବିଭାଗରେ ରାହୁଲ ତିୱାତିଆ ଓ ଏସ୍ ଗୋପାଳ ଦାୟିତ୍ବ ତୁଲାଉଛନ୍ତି। ଚଳିତ ସିିଜିନରେ ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ​ ଶେଷ ୫ଟି ଆଇପିଏଲ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୩ଟି ଓ ରାଜସ୍ଥାନ ରୟାଲ୍ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଗୋଟିଏ ମ୍ୟାଚ ଡ୍ର ରେ ଶେଷ ହୋଇଛି। ଦୁଇ ଦଳର ବ୍ୟାଟ୍ସମ୍ୟାନମାନେ ଭଲ ଫର୍ମରେ ରହିଥିବାରୁ କ୍ରିକେଟପ୍ରେମୀ ଆଉଏକ ହାଇସ୍କୋରିଂ ମ୍ୟାଚ ଦେଖିବାର ଆଶା ରଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories