www.samajalive.in
Saturday, December 13, 2025
27.1 C
Bhubaneswar

ମାଇଗ୍ରେନ ସମସ୍ୟାରୁ ରକ୍ଷା ପାଇବାର ଉପାୟ

ମାଇଗ୍ରେନ ଅଧିକ ସମୟ ପର୍ୟ୍ୟନ୍ତ ଓ ବାରମ୍ବାର ହେଉଥିବା ମୁଣ୍ଡ ବିନ୍ଧା ଅଟେ। ଅଧିକ ଚମକୁଥିବା ଆଲୋକ, ପ୍ରଚଣ୍ଡ ଶଦ୍ଦ ଓ କୌଣସି ଗନ୍ଧ କାରଣରୁ ମାଇଗ୍ରେନ ସମସ୍ୟା ଦେଖା ଦେଇଥାଏ। ମାଇଗ୍ରେନ ସମସ୍ୟା ଦ୍ବାରା ମୁଣ୍ଡର ଅଧା ଭାଗ ବିନ୍ଧା ହୋଇଥାଏ। ଏହା ୨-୩ ଦିନ ପର୍ୟ୍ୟନ୍ତ ରହିଥାଏ। ମାଇଗ୍ରେନ ସମସ୍ୟା ଦ୍ବାରା ଶରୀରରେ ଅନେକ ପ୍ରକାର ଲକ୍ଷଣ ଦେଖା ଦେଇଥାଏ। ମାଇଗ୍ରେନ ସମସ୍ୟାରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ୍।


ଅଙ୍ଗୁର ରସ: ଅଙ୍ଗୁରରେ ଭିଟାମିନ ଏ ଓ ସି ରହିଥାଏ। ଏଥିରେ ମଧ୍ୟ କାର୍ବୋହାଇଡ୍ରେଡ୍ ରହିଥାଏ। ଏହା ମାଇଗ୍ରେନ କଷ୍ଟରୁ ଉପଶମ ଦେଇଥାଏ। ଏଥିପାଇଁ କିଛି ଅଙ୍ଗୁରରେ ଅଳ୍ପ ପାଣି ମିଶାଇ ମିଶ୍ରଣ ପେଷି ଦିଅନ୍ତୁ। ମୁଣ୍ଡବିନ୍ଧା ହେଲେ ଏହାକୁ ଦିନକୁ ଦୁଇଥର ପିଅନ୍ତୁ।
ଅଦା: ଅଦା ଦୁଶ୍ଚିନ୍ତା ଓ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ସହିତ ମାଇଗ୍ରେନରୁ କଷ୍ଟରୁ ମଧ୍ୟ ରକ୍ଷା କରିଥାଏ। ମୁଣ୍ଡବିନ୍ଧା ହେଲେ/ ମାଇଗ୍ରେନ ସମସ୍ୟା ଦେଖା ଦେଲେ ଅଦା ସହିତ ଲେମ୍ବୁ ରସ ମିଶାଇ ଖାଇବା ଉଚିତ। ଅଦାରେ ପ୍ରସ୍ତୁତ ଚା ପିଇବା ଦ୍ୱାରା ମଧ୍ୟ ମାଇଗ୍ରେନରୁ ଉପଶମ ମିଳିଥାଏ।

- Advertisement -


ଡାଲଚିନି: ଡାଲଚିନି ଖାଦ୍ୟକୁ ଏକ ଭିନ୍ନ ପ୍ରକାରର ସ୍ୱାଦ ଦେଇଥାଏ। ଡାଲଚିନିର ବ୍ୟବହାର ଦ୍ୱାରା ମଧ୍ୟ ଆମେ ମାଇଗ୍ରେନ କଷ୍ଟରୁ ରକ୍ଷା ପାଇ ପାରିବା। ମୁଣ୍ଡ ବିନ୍ଧା ହେଲେ ଡାଲଚିନିର ପେଷ୍ଟକୁ ମୁଣ୍ଡରେ ଲଗାଇବା ଉଚିତ। ଅଧା ଘଣ୍ଟା ପରେ ଅଳ୍ପ ଉଷୁମ ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ। ସଙ୍ଗେ ସଙ୍ଗେ ମୁଣ୍ଡ ବିନ୍ଧା କମିଯିବ।


ଅଧିକ ଆଲୋକ: ମାଇଗ୍ରେନ ସମସ୍ୟା ସୃଷ୍ଟି ହେଉଥିବା ବ୍ୟକ୍ତି ସର୍ବଦା ଅଧିକ ଆଲୋକ ଠାରୁ ଦୂରେଇ ରହିବା ଉଚିତ। ଏହି ଆଲୋକ ଦ୍ୱାରା ମାଇଗ୍ରେନ ସମସ୍ୟା ସୃଷ୍ଟି ହୋଇଥାଏ। ମାଇଗ୍ରେନ ସମସ୍ୟାରୁ ମୁଣ୍ଡବିନ୍ଧା ହେଉଥିଲେ ଆଲୋକକୁ ବନ୍ଦ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ମୁଣ୍ଡବିନ୍ଧା କମିଯାଏ।


ମାଲିସ: ମାଇଗ୍ରେନ ସମସ୍ୟାରୁ ରକ୍ଷା ପାଇବା ନିମନ୍ତେ ମାଲିସ ହେଉଛି ସର୍ବତ୍ତୋମ ଉପାୟ। ମୁଣ୍ଡବିନ୍ଧିବା ବେଳେ ମୁଣ୍ଡକୁ ଭଲ ଭାବରେ ମାଲିସ କରନ୍ତୁ। ଏହାଦ୍ୱାରା ଠିକ ଭାବେ ରକ୍ତ ପ୍ରବାହ ମଜଭୂତ ହୋଇଥାଏ। ମାଇଗ୍ରେନରୁ ଉପଶମ ମିଳିଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories