www.samajalive.in
Friday, December 12, 2025
14.1 C
Bhubaneswar

କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା

ଲୋକେଶ ରାହୁଳଙ୍କ ପଞ୍ଜାବ ଦଳଠାରୁ ପରାଜୟର କଷ୍ଟ ଆରସିବି ଅଧିନାୟକ ବିରାଟ କୋହଲି କେବେ ଭୂଲି ପାରିବେ ନାହିଁ । ଦୁଇଦୁଇଟି କ୍ୟାଚ୍ ଛାଡ଼ିବା ତାଙ୍କ ଦଳ ପାଇଁ କେବଳ ମହଙ୍ଗା ପଡ଼ିନାହିଁ ଏକ ଲଜ୍ଜାଜନକ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ସ୍ଥିତିରେ କୋହଲିଙ୍କ ଉପରେ ଟୁର୍ଣାମେଣ୍ଟ ପ୍ରଶାସନ ୧୨ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛି । ଧୀମା ବୋଲିଂ ପାଇଁ କୋହଲିଙ୍କୁ ଏହି ଜୋରିମାନା ଦେବାକୁ ପଡ଼ିବ ।

ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ପ୍ରେସ ବିବୃତି ଅନୁସାରେ ଆଇପିଏଲର ନ୍ୟୂନତମ ଓଭର ଗତି ଉଲ୍ଲଙ୍ଘନ ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁସାରେ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ ହୋଇଛି । କିଙ୍ଗସ ଇଲେଭେନ ଦଳ ନିଜ ବ୍ୟାଟିଂ କାଳରେ ବେଶ୍ ଚୌକା ଓ ଛକ୍କା ମାରିଥିଲା । ଯାହା ଫଳରେ ଏହି ପାଳି ୧ ଘଣ୍ଟା ୫୧ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଯାହା ପାଇଁ ବିରାଟ କୋହଲିଙ୍କୁ ଜୋରିମାନା ଦେବାକୁ ପଡ଼ିବ ।

- Advertisement -

ଏହି ମ୍ୟାଚରେ କୋହଲି ରାହୁଳଙ୍କ ୨ଟି କ୍ୟାଚ ଛାଡ଼ିଥିଲେ । ରାହୁଳ ୮୩ ଓ ୮୯ ରନ୍ କରିଥିବାବେଳେ କୋହଲି ରାହୁଳଙ୍କ କ୍ୟାଚ୍ ଧରିବାରେ ବିଫଳ ହୋଇଥିଲେ । ଏହାପରେ ରାହୁଳ ୬୯ ବଲରେ ୧୩୨ ରନ ସଂଗ୍ରହ କରିବା ସହ ରେକର୍ଡ଼ କରିଥିଲେ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories