www.samajalive.in
Friday, December 12, 2025
14.1 C
Bhubaneswar

ଗଣମାଧ୍ୟମ ହଟହଟା, ପାକିସ୍ତାନରେ ୪୯ ସାମ୍ବାଦିକ ଗିରଫ

ସାରା ବିଶ୍ୱରେ ନିଜର ଆତଙ୍କବାଦୀ ଆର୍ଯ୍ୟକାଳପ ପାଇଁ ନିନ୍ଦିତ ହେଉଥିବା ପାକିସ୍ଥାନର ସଂଘୀୟ ତଦନ୍ତକାରୀ ସଂସ୍ଥା – ଏଫଆଇଏ ଏପର୍ଯ୍ୟନ୍ତ ୪୯ ଜଣ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାକୁ ପାକିସ୍ତାନରେ ସାମ୍ବାଦିକ ତଥା ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ସବୁଠୁ ବଡ କଟକଣା ବୋଲି କୁହାଯାଇଛି। ଇଲେକ୍ଟ୍ରୋନିକ୍ କ୍ରାଇମ୍ ଆକ୍ଟ ଅନୁଯାୟୀ ଏଫଆଇଏ ଏହି ମାମଲା ପଞ୍ଜିକରଣ କରିଛି।

ତେବେ ସାମ୍ବାଦିକ ତଥା ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ପାକିସ୍ତାନ ସାମ୍ବାଦିକ ସଂଘ ଦାବି କରିଛି, ନଚେତ୍ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ସଂଘ କହିଛି। ପାକିସ୍ତାନ ପିପୁଲ୍ସ ପାର୍ଟି ସଂସଦୀୟ ନେତା ତଥା ସିନେଟରେ ଥିବା ବିରୋଧୀ ଦଳର ପୂର୍ବତନ ନେତା ଶେରି ରେହମାନ ଏଥିପାଇଁ ଇମ୍ରାନ ଖାନ ସରକାରଙ୍କୁ ନିନ୍ଦା କରିବା ସହ ଏହି ପଦକ୍ଷେପକୁ ଗଣମାଧ୍ୟମର ସ୍ୱର ବନ୍ଦ କରିବା ପାଇଁ ଏକ ଖୋଲା ଉଦ୍ୟମ ବୋଲି କହିଛନ୍ତି।

- Advertisement -

ପାକିସ୍ତାନର ମାନବାଧିକାର କମିଶନ ମଧ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି କହିଛନ୍ତି ଯେ ସରକାର ଏଭଳି କାର୍ଯ୍ୟରୁ ନିବୃତ୍ତ ହୁଅନ୍ତୁ ଏବଂ ରାଜନୈତିକ ଆକ୍ରୋଶ ପାଇଁ ଏଫଆଇଏର ବ୍ୟବହାର ବନ୍ଦ କରନ୍ତୁ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories