www.samajalive.in
Saturday, December 13, 2025
23.1 C
Bhubaneswar

କର୍ତ୍ତବ୍ୟ ପାଇଁ ବାଜି ଲାଗିଛି : ଜୀବନ ଅଣ୍ଟାରେ ଲାଉ ତୁମ୍ବ ବାନ୍ଧି ଭରା ନଈ ପାର ହେଉଛନ୍ତି ଦୁଇ ଅଙ୍ଗନଓ୍ୱାଡି କର୍ମୀ

ମାଲକାନଗିରି/ଚିତ୍ରକୋଣ୍ଡା : କର୍ତ୍ତବ୍ୟ ପାଇଁ ଜୀବନକୁ ବାଜିରେ ଲଗାଇ ଅଣ୍ଟାରେ ଲାଉ ତୁମ୍ବ ବାନ୍ଧି ଦୁଇ ଅଙ୍ଗନବାଡି କର୍ମୀ ଭରା ନଈ ପାର ହୋଇ ଅଙ୍ଗନବାଡି କେନ୍ଦ୍ରକୁ ଯାଉଛନ୍ତି। ଟିକିଏ ଅସାବଧାନ ହେଲେ ଜୀବନ ଚାଲିଯିବାର ଭୟ ରହିଛି। ଏହାକୁ ଖାତିର ନ କରି ଦୁଇ ଅଙ୍ଗନବାଡି କର୍ମୀ ସେବା ଯୋଗାଇ ଆସୁଛନ୍ତି। ଏପରି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗେଡା ପଞ୍ଚାୟତରେ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ଅଧୀନରେ ସୁଆପାଲ୍ଲି, ନେରୁଡିପାଲ୍ଲୀ, ସୁନାମଗୋଲ, କଞ୍ଚେରୁ, ପେଟା, ଧାଗୁପାଲ୍ଲୀ, ସିକପାନସୀ, ବାତେରୁ ବଳି ବହୁ ଗ୍ରାମ ରହିଛି। ଏହି ଗ୍ରାମଗୁଡିକ ପାଇଁ ସୁଆପାଲ୍ଲୀ ଓ ନେରୁଡିପାଲ୍ଲୀରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏହି ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ହେଲେ ପାହାଡ଼, ପର୍ବତ, ଜଙ୍ଗଲ ସହ ନଦୀ ପାର ହେବାକୁ ପଡୁଛି। ଅନ୍ୟପଟେ ଏହି ଦୁଇ ଗାଁ ଆନ୍ଧ୍ର ପ୍ରଦେଶର ସୀମାନ୍ତକୁ ଲାଗି ରହିଛି। ଉକ୍ତ ପଞ୍ଚାୟତର ଦୁଇ ଅଙ୍ଗନବାଡି କେନ୍ଦ୍ର ଦାୟିତ୍ୱରେ ଥିବା ହେମଲତା ଶିଶା ଓ ପ୍ରମିଳା ପେନେଲ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଉକ୍ତ କେନ୍ଦ୍ର ଦ୍ୱୟକୁ ଆସୁବାକୁ ହେଲେ ଜୀବନକୁ ବାଜି ଲଗାଇ ଭରା ନଈ ଭିତରେ ଚାଲି ଚାଲି ପାର ହେବାକୁ ପଡୁଛି। ଦୁଇ ଅଙ୍ଗନବାଡି କର୍ମୀ ନଈ ପାର ହୋଇ ଆସି ଛୋଟ ପିଲାଙ୍କ ସହ ଗର୍ଭବତୀଙ୍କୁ ସେବା କରୁଛନ୍ତି। ଦୁଇ ଅଙ୍ଗନବାଡି କର୍ମୀଙ୍କ ଗ୍ରାମ ସାରୁକୁବନ୍ଧରେ ହୋଇଥିବା ବେଳେ ସେମାନେ ପ୍ରଥମେ ସାରୁକୁ ବନ୍ଧଠାରୁ ବହୁ ଦୂର ଚାଲି ଚାଲି ଆସିଥାନ୍ତି। ପରେ ସୁଆପାଲ୍ଲି ନଈ ପାଖରେ ଆସିଥାନ୍ତି। ନଈ ପାର ହେବା ପାଇଁ କୌଣସି ଡଙ୍ଗା ସୁବିଧା ନାହିଁ। ସେମାନେ ନିଜ ଅଣ୍ଟାରେ ଲାଉ ତୁମ୍ବ ବାନ୍ଧି ଗ୍ରାମବାସୀଙ୍କ ସହଯୋଗରେ ପ୍ରଖର ସ୍ରୋତ ଭିତରେ ପସି ନଈ ପାର ହୋଇ କେନ୍ଦ୍ରକୁ ଆସିଥାନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁରେ ଲୋକଙ୍କ ପାଖରେ ପହଞ୍ଚି ସେମାନେ ସେବା ଯୋଗାଉଛନ୍ତି। ଚାରିଗୁଣ କଷ୍ଟ ସହ୍ୟ କରି ଦୁର୍ଗମ ଅଞ୍ଚଳରେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରୁଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories