ସ୍ୱିସ୍ ବ୍ୟାଙ୍କରେ ୩୦୦ କୋଟି ଟଙ୍କାର ଭାରତୀୟ ଦାବିଦାର ନାହାନ୍ତି
ନୂଆଦିଲ୍ଲୀ/ଜୁରିଚ: ସ୍ୱିସ୍ ବ୍ୟାଙ୍କରେ ଭାରତୀୟମାନଙ୍କ କଳାଟଙ୍କା ଜମା ପ୍ରସଙ୍ଗରେ ବିବାଦ ସୃଷ୍ଟି ହୋଇଛି। କିନ୍ତୁ ଏବେ ଏଭଳି ଏକ ଖବର ଆସିଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ସ୍ୱିସ୍ ବ୍ୟାଙ୍କରେ କେତେକ ଭାରତୀୟଙ୍କ ନାମରେ ଥିବା ଆକାଉଣ୍ଟର ଦାବିଦାର ନାହାନ୍ତି। ସେହିସବୁ ଆକାଉଣ୍ଟରେ ପ୍ରାୟ ୩୦୦ କୋଟି ଟଙ୍କା ରହିଛି। ଦାବିଦାର କିମ୍ବା କାରବାର ନ ହେବା କାରଣରୁ ସେହି ସବୁ ଆକାଉଣ୍ଟ ଏବେ ଅଚଳ ହୋଇଯାଇଛି। ୨୦୧୫ରୁ ଆକାଉଣ୍ଟଗୁଡ଼ିକରେ କୌଣସି କାରବାର ହୋଇନାହିିଁ। ସ୍ୱିସ୍ ବ୍ୟାଙ୍କ ତରଫରୁ ପ୍ରତିବର୍ଷ ଜାରି କରାଯାଉଥବା ରିପୋର୍ଟରୁ ଏହା ଜଣାପଡ଼ିଛି। ଆବଶ୍ୟକ ପ୍ରମାଣ ସହିତ ଆକାଉଣ୍ଟଧାରୀଙ୍କ ବୈଧ ଉତ୍ତରାଧିକାରୀ ଆସିଲେ ସେମାନଙ୍କୁ ଉକ୍ତ ଜମା ଟଙ୍କା ଦେବା ପାଇଁ ସ୍ୱିସ୍ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରସ୍ତୁତ ଥିବା କହିଛନ୍ତି।