www.samajalive.in
Sunday, December 7, 2025
26.1 C
Bhubaneswar

ଜଣେ ଡ଼ାକ୍ତରଙ୍କ ସମେତ ୭ଜଣ କୋଭିଡ଼ ଯୋଦ୍ଧା ସଂକ୍ରମିତ ; ଘରେ ରାସନସାମଗ୍ରୀ ପହଞ୍ଚାଇବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରୁ ପୁଣି ୧୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୭ଜଣ କରୋନା ଯୋଦ୍ଧା ରହିଛନ୍ତି। କରୋନା ଯୋଦ୍ଧାଙ୍କ ମଧ୍ୟରେ ଅଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାୟଳର ଜଣେ ଡ଼ାକ୍ତର,ଫୁଲବାଣୀ ଟାଉନଥାନାର ଥାନା ଅଧିକାରୀଙ୍କ ସମେତ,ସ୍ୱାସ୍ଥ୍ୟ କର୍ମି, ପୋଲିସ କର୍ମଚାରୀ,ଆଶ କର୍ମି। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାର ବର୍ତମାନର ସଂକ୍ରମିତଙ୍କ ସଂଖ୍ୟା ୩୯୮୮ରେ ପହଂଚିଛି। ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ଯାହା ଜିଲା ପ୍ରଶାସନର ଚିନ୍ତା ବଢାଇଛି। ସଂକ୍ରମିତଙ୍କ ବୟସ ୩ବର୍ଷରୁ ରୁ ୭୦ ବର୍ଷ ମଧ୍ୟରେ ରହିଛି। ଏହି ସଂକ୍ରମିତ ମଧ୍ୟରୁ ଫୁଲବାଣୀ ସହରରୁ ୨୦ ଓ ଫୁଲବାଣୀ ବ୍ଲକ ଅଚଳରୁ ୭ଜଣ ହୋଇଥିବା ବେଳେ ବାଲିଗୁଡ଼ା ସହରରୁ୨୬ଜଣ, ବାଲିଗୁଡ଼ା ବ୍ଲକ ଅଂଚଳରୁ ୪ଜଣ,ଦାରିଙ୍ଗିବାଡ଼ିରୁ ୨୩ଜଣ,ଘୁ.ଉଦୟଗିରିରୁ ୭ଜଣ, ଟିକାବାଲିରୁ ୬ଜଣ, ଫିରିଙ୍ଗିଆରୁ ୯ଜଣ, କ,ନୂଆଗାଁରୁ ୫ଜଣ,ଖଜୁରିପଡ଼ାରୁ ୩ଜଣ,ଚକାପାଦରୁ ୧୮ଜଣ,କୋଟଗଡ଼ରୁ ଜଣେ,ତୁମୁଡ଼ିବନ୍ଧରୁ ୩ଜଣ ହୋଇଥିବା ଥିବା ଜଣାପଡ଼ିଛି। ଆଜି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ଦ୍ୱାରା କ୍ଲୋଜ କଟ୍ରାକଟରେ ଅସିଥିବା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲାରେ ବର୍ତମାନ ସୁଦ୍ଧା ଚିହ୍ନଟ ୩୯୮୮ଜଣ ମଧ୍ୟରୁ ୩୦୬୨ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୨୦ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୭୬୩ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜଣା ପଡିଛି। ଏମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଭୁବନେଶ୍ୱର କିମସ୍ କୋଭିଡ଼-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷରେ ଫୁଲବାଣୀ ସହରରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଫୁଲବାଣୀ କୋର୍ଟଛକ ସ୍ଥିତ ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଯେଉଁଭଳି ଭାବେ ଗହଳି ହେଉଛି ତାହା ଗୋଷ୍ଠି ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା। ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଗତ ୪ ଦିନ ତଳେ ସମାଜରେ ପ୍ରକାଶିତ ହୋଇଥିବା ବେଳେ ଏହାକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇଛି। ଜିଲା ପ୍ରଶସାନର ନିଷ୍ପତି ପ୍ରକାରେ ଉକ୍ତ ସରକାରୀ ସୁଲଭ ଦୋକାନରର ହିତାଧିକାରୀ ମାନଙ୍କର ରାସନ ସାମଗ୍ରୀ ଫୁଲବାଣୀ ପୌର ପରିଷଦ ପକ୍ଷରୁ ସେପ୍ଟେମ୍ବର ଓ ଅକ୍ଟୋବର  ୨ ମାସର ରାସନ ସାମଗୀ ହିତାଧିକାରୀ ମାନଙ୍କରେ ଘରେ ପହଞ୍ଚାଯିବା ପାଇଁ ସୂଚନା ଦିଆଯାଇଛି। ରାସନକାର୍ଡ଼ ଧାରୀ ମାନେ ଉକ୍ତ ଦୋକାନକୁ ଯିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ଜିଲାପାଳ ଡ଼.ବୃନ୍ଦା.ଡ଼ି ଏକ ଆଦେଶନାମାରେ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories