www.samajalive.in
Sunday, December 7, 2025
23.1 C
Bhubaneswar

ବଲାଙ୍ଗିର: ୫୩ ନୂଆ କରୋନା ମାମଲା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗୁରୁବାର ୫୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ମିଲିଥିବା ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳର ଚାରୋଟି ୱାର୍ଡରୁ ୧୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ତିନୋଟି ୱାର୍ଡରୁ ୩ ଜଣ, ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଟିଏ ୱାର୍ଡରୁ ଜଣେ ରୋଗୀ, ଟିଟିଲାଗଡ ପୈାରାଞ୍ଚଳର ୬ଟି ୱାର୍ଡରୁ ୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଆଗଲପୁର ବ୍ଲକ ବେନ୍ଦ୍ରା, ବେଲପଡା ବ୍ଲକ ବେଲପଡା ଓ ଖଲିପଥର, ଦେଓଗାଁ ବ୍ଲକ ବଡବାହାଲ, ଲୋଇସିଂହା ବ୍ଲକ ଲୋଇସିଂହା, କୁଟେନପାଲି, ସରଗାଡର ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ମୁରିବାହାଲ ବ୍ଲକ ମୁରିବାହାଲ, ଗୁଡିଘାଟ, ପାଟଣାଗଡ ବ୍ଲକ ପଣ୍ଡାମୁଣ୍ଡା, ମୁଣ୍ଡୋମହୁଲ, ସଇଁନ୍ତଲା ବ୍ଲକ ସଇଁନ୍ତଲା, ତୁରେକଲା ବ୍ଲକ ତୁରେକେଲା ରୁ ମଧ୍ୟ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ପୁଇଁନ୍ତଲା ବ୍ଲକ ଆଠଗାଁରୁ ୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଙ୍କରିଆପଦର, ବଏରାସର, ସାଉନ୍ତପୁର, ମଲମୁଣ୍ଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଟିଟିଲାଗଡ ବ୍ଲକ ଖୁଲାନର ୪ ଜଣ ରୋଗୀ ସଂକ୍ରମିତ ଥିବା ବେଳେ କୁରସୁଡ, ଜଗୁଆ ଓ ଲୁଥୁରବନ୍ଧରୁ ଜଣେ ଲେଖାଏଁ ରୋଗୀ ସଂକ୍ରମିତ ହୋଇଛନ୍ତି। ଜିଲା ବାହାରର ୩ ଜଣ ରୋଗୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories