www.samajalive.in
Sunday, December 7, 2025
14.1 C
Bhubaneswar

ପୀଡିତ ଛାତ୍ରଙ୍କୁ ନ୍ୟାୟ ମିଳିବ କେବେ ?

– ଘରୋଇ ସ୍କୁଲ ବିରୋଧରେ ଉଠାଇଥିଲେ ସ୍ୱର
– ମାମଲା ରୁଜୁ ପରେ ଗିରଫ ହୋଇନାହାନ୍ତି ଅଭିଯୁକ୍ତ

ବଲାଙ୍ଗିର: ଯୁଆଡେ ଗଲେ ବି ମିଲୁନାହିଁ ନ୍ୟାୟ। ପୁଲିସ ବାବୁ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନ ଥିବା ବେଳେ ଶିଶୁ ସୁରକ୍ଷା କମିଟି ମଧ୍ୟ ସମୟ ଗଡାଇ ଚାଲିଛି। ଶିକ୍ଷା ବିଭାଗ ଯଦିଓ କିଛିଟା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି କିନ୍ତୁ ତାହା ପୀଡିତ ଛାତ୍ରକୁ ନ୍ୟାୟ ପ୍ରଦାନ ପାଇଁ ପର୍ୟ୍ୟାପ୍ତ ନୁହଁ। ଫଳରେ ଏ ଅଧିକାରୀ ସେ ଅଧିକାରୀଙ୍କ ପାଖକୁ ଦୈାଡି ଦୈାଡି ନୟାନ୍ତ ପରିବାର ଲୋକ। ଶେଷରେ ପୀଡିତ ଛାତ୍ରକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲା ତୁଷୁରାଠାରେ ଥିବା ରୟାଲ ଇଣ୍ଟରନେସନାଲ ସ୍କୁଲରେ ଅପ୍ରାକୃତିକ ଅସଦାଚରଣର ଶୀକାର ହୋଇଥିବା ୧୧ ବର୍ଷର ଛାତ୍ରଙ୍କ ପରିବାର ଲୋକ।

- Advertisement -

ଆଜ୍ଞା କିହେ ମୋର କଥା ନାଇ ଶୁନବାର। ଗୁଟେ ବଲି ପିଲାକେ ଭଲ ପାଠ ପଢବା ବଲି ଇଂଲିଶ ମିଡିୟମ ସ୍କୁଲରେ ଦେଇଥିଲି। ୧୧ ବର୍ଷର ଛୁଆ ଆଜ୍ଞା ତାର ସାଙ୍ଗେ ଗୁଟେ ବଡ ପିଲା ଏନ୍ତା ଅନିଏ କଲା। ସେ ଘଟନା କେ ସ୍କୁଲ ବାଲେ ଲୁକେଇ ଦେଲେ। ମୁଇ ଅଭିଯୋଗ କଲି ଯେ ମୋତେ ଇହାଦେ ଧମକି ମିଲୁଛେ। ଯାହାକେ କହେଲେ ବି କିହେ ନାଇ ଶୁନବାର। ଆଜି ଜିଲାପାଳ ଆଜ୍ଞା କେ ଭେଟମି ଆଉ ସବୁ କଥା କହେମି… ଏ ହେଉଛି ତୁଷୁରା ରୟାଲ ଇଣ୍ଟରନେସନାଲ ସ୍କୁଲ ହଷ୍ଟେଲରେ ଅପ୍ରାକୃତିକ ଅସଦାଚରଣର ଶୀକାର ହୋଇଥିବା ଛାତ୍ରର ମାଙ୍କ ପ୍ରତିକ୍ରିୟାର କିଛି ଅଂଶ। ଗୁରୁବାର ନିଜ ୧୧ ବର୍ଷର ଛାତ୍ରକୁ ନେଇ ମୁରିବାହାଲ ବ୍ଲକ ଗୁଡିଘାଟ ଗାଁର ପୀଡିତଙ୍କ ମା ବାପା ପହଞ୍ଚିଥିଲେ ଜିଲାପାଳ ଅଫିସରେ। ନିଜ ପୁଅ ଉପରେ ହୋଇଥିବା ଅସଦାଚରଣ ଅଭିଯୋଗ ନେଇ ସେ ପୂର୍ବରୁ ପୁଲିସ, ଶିଶୁ ସୁରକ୍ଷା କମିଟି ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ସାତ ଦିନର ତଦନ୍ତକୁ ପ୍ରାୟ ୨୦ ଦିନ ବିତିସାରିଲାଣି। ତଦନ୍ତରେ ହେଉଥିବା ବିଳମ୍ବକୁ ନେଇ ସେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିବା ମଧ୍ୟ କେହି କିଛି ଉତ୍ତର ଦେଉନଥିବା ସେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ମାସରେ ତୁଷୁରାରେ ଥିବା ରୟାଲ ଇଣ୍ଟରନେସନାଲ ସ୍କୁଲରେ ମୁରିବାହାଲ ଗୁଡିଘାଟର ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦଶମ ଶ୍ରେଣୀର ଛାତ୍ର ଅପ୍ରାକୃତିକ ଯୈାନ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସ୍କୁଲ କର୍ତ୍ତୃପକ୍ଷ ଜାଣିବା ପରେ ଘଟଣାକୁ ଦବାଇ ଦେବା ସହିତ ଛାତ୍ର ଓ ଅଭିଭାବକଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ପ୍ରାୟ ୬ ମାସ ପରେ ତାଙ୍କ ପରିବାର ଲୋକେ ପ୍ରତିବାଦ କରି ଶିଶୁ ସୁରକ୍ଷା କମିଟିର ଦ୍ୱାରସ୍ଥ ହୋଇଥିଲେ। ଗତ ୨ ତାରିଖରେ ହୋଇଥିବା ଏହି ଅଭିଯୋଗର ତଦନ୍ତ ୩ ତାରିଖରେ ହିଁ ଆରମ୍ଭ ହୋଇଥିଲା। ୩ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତ ମାନଙ୍କୁ ପୁଲିସ ଏପର୍ୟ୍ୟନ୍ତ ଗିରଫ କରିନାହିଁ। ଶିଶୁ ସୁରକ୍ଷା କମିଟି ଓ ଶିଶୁ ମଙ୍ଗଳ କମିଟି କରିଥିବା ତଦନ୍ତ ରିପୋର୍ଟ କୁଆଡେ ଗଲା ତାହା ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ପାଖକୁ ଗଲେ ସେମାନେ ନିଜ ତଦନ୍ତ କରୁଥିବା କହୁଛନ୍ତି। ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ କମିଟି କିଛି କହୁ ନ ଥିବା ପୀଡିତଙ୍କ ମା ଅଭିଯୋଗ ଆଣିଛନ୍ତି। ଶିକ୍ଷା ବିଭାଗ ତରଫରୁ ହୋଇଥିବା ତଦନ୍ତରେ ବିନା ଅନୁମତିରେ ସ୍କୁଲ ଚାଲିଥିବା ଜଣାପଡିଥିଲା। ଏହି ସ୍କୁଲ ଚଲାଉଥିବା ଟ୍ରଷ୍ଟି ଭାବେ ଚାରି ଜଣ ସରକାରୀ ଶିକ୍ଷକ ରହିଛନ୍ତି। ଦୁଇ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଆଉ ଦୁଇ ଜଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇନାହିଁ। ଏମିତିରେ ତଦନ୍ତକୁ ବାଟବଣା କରି ରିପୋର୍ଟକୁ ଚପାଇବା ପାଇଁ ଉଦ୍ୟମ ଚାଲିଥିବା ସେ ଅଭିଯୋଗ କରଛନ୍ତି। ଏନେଇ ସେ ପୀଡିତ ଶିଶୁଙ୍କୁ ନେଇ ଜିଲାପାଳଙ୍କୁ ଦେଖା କରିବାକୁ ଆସିଥିବା ବେଳେ ତାଙ୍କୁ ଭେଟିବାକୁ ଅନୁମତି ମିଳି ନ ଥିଲା। ଫଳରେ ସେ ଦୀର୍ଘ ଘଣ୍ଟା ଧରି ଜିଲାପାଳଙ୍କ ପ୍ରକୋଷ୍ଠ ସାମ୍ନାରେ ଧାରଣାରେ ବସିଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories