www.samajalive.in
Sunday, December 14, 2025
16.1 C
Bhubaneswar

ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ

– ନିଷ୍ପତ୍ତି ବଦଳାଅ ନଚେତ ଆନ୍ଦୋଳନ
– ଜିଲାରେ ବନ୍ଦ ହେବ ୨୭୬ ସ୍କୁଲ
– ଗାଁ ମାନଙ୍କରେ ବଢୁଛି ଅସନ୍ତୋଷ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ସ୍କୁଲ ବନ୍ଦକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଶିକ୍ଷା ବିଭାଗ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ସ୍କୁଲ ପରିଚାଳନା କମିଟି, ସେହି ଗାଁର ଗ୍ରାମବାସୀମାନେ ଏହାକୁ ବିରୋଧ କରି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଦାବି ଶୁଣା ନ ଗଲେ ଆନ୍ଦୋଳନର ଧମକ ଦେଇଛନ୍ତି। ଏହା ସହିତ ବନ୍ଦ ହୋଇଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଆର୍ଥିକ ସହାୟତା ସହ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସେମାନଙ୍କ ଯିବା ଆସିବା ବିପଦପୂର୍ଣ୍ଣ ରହିଥିବାରୁ ନିଜ ଶିଶୁମାନଙ୍କୁ ଅଭିଭାବକମାନେ ଅନ୍ୟ ସ୍କୁଲକୁ ଛାଡିବା ପାଇଁ ମନା କରିଛନ୍ତି।

- Advertisement -

ବଲାଙ୍ଗିର ଜିଲାରେ ଗତ ଶିକ୍ଷା ବର୍ଷରେ ୨୭୬ ସ୍କୁଲକୁ ଶିକ୍ଷା ବିଭାଗ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ଚଳିତ ଶିକ୍ଷାବର୍ଷରୁ ପାଳନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ନିଜ ଗାଁର ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ସେହି ଗାଁର ଲୋକେ ବିରୋଧ କରିଛନ୍ତି। ପୁଇଁନ୍ତଲା ବ୍ଲକ ବଗର୍ତ୍ତିପାଲିରେ ଥିବା ପ୍ରାଥମିକ ବିଦ୍ୟାଳୟ ଏହି କ୍ରମରେ ବନ୍ଦ ହୋଇଛି। ସେହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ସିଲେଟପଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

ବଗର୍ତ୍ତିପାଲିରୁ ସିଲେଟପଡା ୬କିମି ଦୂରରେ ରହିଥିବା ବେଳେ ରାସ୍ତାରେ ପତରା ଜଙ୍ଗଳ ରହିଛି। ଗାଁ ନିକଟରେ ଥିବା ଆଉ ଏକ ସ୍କୁଲ ମେଣ୍ଢାପାଲି ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତା ନିଛାଟିଆ ହୋଇଥିବା ବେଳେ ମଝିରେ ଏକ ପଥର କଟା କଳ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ଯିବା ଆସିବା ବିପଦପୂର୍ଣ୍ଣ ରହିଥିବାରୁ ନିଜ ଶିଶୁମାନଙ୍କୁ ସ୍କୁଲ ଛାଡିବାକୁ ଗାଁ ଲୋକେ ମନା କରିଛନ୍ତି। ସେହିପରି ବଲାଙ୍ଗିର ସଦର ବ୍ଲକର ଆଉ ଏକ ପୁରୁଣା ସ୍କୁଲ ହେଉଛି ଡୁମେରପାଲି ପ୍ରାଥମିକ ସ୍କୁଲ। ଏହି ସ୍କୁଲରେ ପଢୁଥିବା କିଛି ଛାତ୍ରଛାତ୍ରୀ ଖଇରପାଲି ସ୍କୁଲକୁ ଚାଲିଯାଇଥିଲେ। ଫଳରେ ଏହି ସ୍କୁଲର ଉପସ୍ଥାନ ସଂଖ୍ୟା କମିଯାଇଥିଲା। ଏହି ସ୍କୁଲର କମ ଉପସ୍ଥାନ ଯୋଗୁ ସ୍କୁଲକୁ ବନ୍ଦ କରି ଖଇରପାଲି ସ୍କୁଲ ସହିତ ମିଶାଇ ଦିଆଯାଇଛି। ତେବେ ଡୁମେରପାଲିର ଛାତ୍ରଛାତ୍ରୀ ଖଇରପାଲି ଯିବା ଅସିବାରେ ସମସ୍ୟା ରହିଥିବାରୁ ସ୍କୁଲକୁ ବନ୍ଦ ନ କରିବା ପାଇଁ ଡୁମେରପାଲିର ଅଭିଭାବକମାନେ ଦାବି କରିଛନ୍ତି। ଏହା ପୂର୍ବରୁ ଦେଓଗାଁ ବ୍ଲକ ଚିପକାନୀ, ପୁଇଁନ୍ତଲା ବ୍ଲକ ଭଏଁଷାପାଲିର ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିଥିଲେ। ବୁଧବାର ଏନେଇ ଡୁମେରପାଲି ଓ ବଗର୍ତ୍ତିପାଲିର ଗାଁ ଲୋକେ ଆସି ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଶିକ୍ଷା ବିଭାଗ ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନ କରିବା ପାଇଁ ଚେତବାନୀ ଦେଇଛନ୍ତି।

ଗାଁରେ ଥିବା ପୁରୁଣା ସ୍କୁଲ ବନ୍ଦ ହେବାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ନିଷ୍ପତ୍ତି କାର୍ୟ୍ୟକାରୀ କରାଯାଉଥିବା ଧ୍ରୁବ ଚରଣ ବେହେରା କହିଛନ୍ତି। ଏହି ଭିତରେ କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢା ନଷ୍ଟ ହେଉଥିବା ଶିକ୍ଷାବିତ ମାନେ ଅଭିଯୋଗ କରିଛନ୍ତି। ଆର୍ଥିକ ସହାୟତା ସତ୍ୱେ ସ୍କୁଲ ବନ୍ଦ ନକରିବାକୁ ଗାଁଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଦିଗରେ ଜିଲା ପ୍ରଶାସନ ଅଭିଭାବକଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories