www.samajalive.in
Sunday, December 7, 2025
26.1 C
Bhubaneswar

ବିପଦରେ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥ

ଆରଡି : ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି ନିକଟସ୍ଥ ବୋଡକ ନିକଟରେ ପୁଣି ଗତକାଲି ରାତିରେ ବୈତରଣୀ ନଦୀ ମଧ୍ୟକୁ ଜାତୀୟ ରାଜପଥ କୟାଁଗୋଲା ସେତୁର ଆପ୍ରୋଚ ରୋଡର ୨ଶହ ଫୁଟର ପଥର ପ୍ୟାକିଂ ଧସି ଯାଇଛି। ଫଳରେ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥର ବିପଦ ଦେଖା ଦେଇଛି। ଏହି ଜାତୀୟ ରାଜପଥ ୨ଟି ପର୍ଯ୍ୟଟନସ୍ଥଳ ଭଦ୍ରକର ଆଖଣ୍ଡଳମଣିପୀଠ ଓ ଯାଜପୁରର ମା’ ବିରଜା କ୍ଷେତ୍ରକୁ ସଂଯୋଗ କରିଥିବାରୁ ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଉଭୟ ପର୍ଯ୍ୟଟନସ୍ଥଳ ଦର୍ଶନର ସୁବିଧା ପାଇଥାନ୍ତି। ହେଲେ ଜାତୀୟ ରାଜପଥ ପାର୍ଶ୍ବର ପଥର ପ୍ୟାକିଂ କରିବା ପାଇଁ ଠିକା ନେଇଥିବା ଠିକାଦାରର ମନମୁଖି କାର୍ଯ୍ୟ ଯୋଗୁ ଲକ୍ଷାଧିକ ଟଙ୍କା ଏବେ ପାଣିରେ ପଡିଛି ବୋଲି ସ୍ଥାନୀୟ ବୈକୁଶ ଜେନା, ବାଉଲା ନାୟକ, କପିଳ ଜେନାଙ୍କ ସହ ବହୁ ଲୋକ ଅଭିଯୋଗ ଆଣିଛନ୍ତି। ଏପରିକି କାର୍ଯ୍ୟରତ ଠିକାଦାର ଆପ୍ରୋଚ ରୋଡରେ ସିମେଣ୍ଟ ସ୍ପର ନିର୍ମାଣ ନକରି କାଦୁଅ ମାଟିରେ ପଥର ପ୍ୟାକିଂ କରୁଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି। ତାହାସହ ଘଟଣାକୁ ଲୁଚାଇବାକୁ ଯାଇ ଧସିଥିବା ସ୍ଥାନରେ ପାଲ ଘୋଡାଇ ଦେଉଛି। ଏପରି ଘଟଣା ବାବଦରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରୁନାହିଁ। ତାହାସହ ପଥର ପ୍ୟାକିଂ କରାଯାଉଥିବା ପାଦ ଦେଶରେ ଏକ ପୋଖରୀ ଥିବାରୁ ତାହାକୁ ନପୋତିବା ଯାଏଁ ଏପରି ବାରମ୍ବାର ଧସିବ ବୋଲି ସ୍ତାନୀୟ ଲୋକ ପ୍ରକାଶ କରିଛନ୍ତି। ସୂଚନା ଅନୁ୍‍ାୟୀ ଗତ ଅଗଷ୍ଟ ୨୦ରେ ଲଗାଣ ବର୍ଷା ଦ୍ୱାରା ପ୍ରାୟ ୩ଶହ ଫୁଟର ଫଥର ପ୍ୟାକିଂ ଉକ୍ତ ସ୍ଥାନରେ ଧସିଥିବାରୁ ତାହାକୁ ତରବରିଆ ଭାବେ କିଛି ବାଲିବସ୍ତା ଓ ବାଉଁଶ ବାଡ ଦେଇ ଠିକାଦାର କାର୍ଯ୍ୟ ସାରି ବସିଥିଲା। ଏବେ ପୁଣି ପଥର ପ୍ୟାକିଂ ୨ଶହ ଫୁଟ ଧସି ଯାଇଥିଲେ ମଧ୍ୟ ଘଟଣା ସ୍ଥଳକୁ କୈାଣସି ଅଧିକାରୀ କିମ୍ବା ଠିକାଦାର ଆସିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏପରିକି ଆଗାମୀ ଦିନରେ ଯଦି ଏଠାରେ ସ୍ଥାୟୀ ମରାମତି ନକରାଯାଏ ତାହାଲେ ରାଜରାସ୍ତାକୁ ଉକ୍ତ।ଞ୍ଚଳ ଶତାଧିକ ଲୋକ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏପରି ସଂକ୍ରାନ୍ତରେ ପାଣିକୋଇଲି ଏନ.ଏଚ୍ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରୟା ମିଳି ପାରିନଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories