www.samajalive.in
Saturday, December 13, 2025
23.1 C
Bhubaneswar

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କାର୍ଯ୍ୟକାରୀ: ତହସିଲଦାରଙ୍କ ଦ୍ୱାରା ରାସନ ଦୁର୍ନୀତିର ତଦନ୍ତ ଆରମ୍ଭ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ଗାଁରେ ରାସନ ଯୋଗାଣରେ ହେରଫେର ଅଭିଯୋଗର ତଦନ୍ତ କରିବାକୁ ଓଡିଶା ଉଚ୍ଚନ୍ୟାୟଳୟ ଦେଇଥିବା ନିର୍ଦ୍ଦେଶ ବହୁ ବିଳମ୍ବରେ କାର୍ଯ୍ୟକାରୀ ହୋଇଛି। ସର୍ବେଶ୍ୱର ବେହେରାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଧର୍ମଶାଳା ତହସିଲଦାରଙ୍କ ନେତୃତ୍ୱରେ ଏକ ଦଳ ଧର୍ମଶାଳାରେ ହୋଇଥିବା ରାସନ ହେରଫେରର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଦୁଇ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଏହି ତଦନ୍ତକୁ ନେଇ ସେପରି ତତ୍ପରତା ଦେଖିବାକୁ ମିଳିନଥିଲା। ତେବେ ନୂତନ ଭାବରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗଦେଲା ପରେ ଗତକାଲି ଏହି କେଳେଙ୍କାରୀର ତଦନ୍ତ କରିବାକୁ ଯାଇଥିବା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ରମ୍ପେଇ ଗାଁରେ କିଛି ଲୋକ ବିରୋଧ କରିବା ସହିତ ତଦନ୍ତ କରିବାକୁ ଦେଇନଥିଲେ। ବିନା ନୋଟିସରେ କିପରି ତଦନ୍ତ କରିବାକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ନୋଟିସ୍ କରିବାକୁ କୌଣସି ନିୟମ ନଥିବା ତହସିଲଦାର କହିଥିବାବେଳେ କୋର୍ଟର ଦ୍ୱାରସ୍ତ ହୋଇଥିବା କିଛି ଲୋକ ଆମ ଅଗୋଚରରେ ଆପଣ ଆସି କିପରି ତଦନ୍ତ କରିବେ ଓ ଆମର ଅନୁପସ୍ଥିତିରେ ଆପଣ କଣ ବୁଝି ରିପୋର୍ଟ କରିବେ ବୋଲି କହିଥିଲେ। ଧର୍ମଶାଳା ବ୍ଲକରୁ ରାସନ ପାଉ ନଥିବା ଲୋକମାନେ ଯୋଗ୍ୟ କି ଅଯୋଗ୍ୟ ତାର ଏକ ରିପୋର୍ଟ ସ୍ତାନୀୟ ବିଡିଓ ଉଚ୍ଚନ୍ୟାୟାଳୟକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ଏହା ଏକ ମିଛ ସତ୍ୟପାଠ ବୋଲି କୁହାଯିବା ସହିତ ଏହା ବିରୁଦ୍ଧରେ ଅନେକ ଆନ୍ଦୋଳନ ସହିତ ପୁନଃର୍ବାର କୋର୍ଟରେ ନିଜର ପକ୍ଷ ରଖାଯାଇଥିଲା। ଯାହାର ଶୁଣାଣି କରି ପୁରା ଧର୍ମଶାଳାର ରାସନ ସାମଗ୍ରୀ ଯୋଗାଣରେ ହୋଇଥିବା ଅନିତମିତତାର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ସେହି ଗାଁର ମଞ୍ଜୁଲତା ରାଉତ, ଲାତା ରାଉତ, ଝରଣା ପାରିଡା, ବିନି ଜେନା, ସ୍ୱର୍ଣ୍ଣଲତା ବିଶ୍ୱାଳ, ଚମ୍ପା ଜେନା, ଭାବ ସେଠି ରାସନ ଦୁର୍ନୀତିର ଶିକାର ହୋଇ ରାସନ ସାମଗ୍ରୀ ପାଉନଥିବା ଉଚ୍ଚ ନ୍ୟାୟାଳୟରେ କରିଥିବା ଜନସ୍ୱାର୍ଥ ମାମାଲାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ୨୬।୭ରେ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ପିଇଓ ମାନ ଗୋବିନ୍ଦ ସାମଲ ଅନୁସନ୍ଧାନ କରିବାକୁ ଯାଇଥିବାବେଳେ ଉଭୟଙ୍କୁ ଦୁଇଘଣ୍ଟାରୁ ଅଧିକ ସମୟ ଗ୍ରାମବାସୀମାନେ ଅଟକ ରଖିଥିଲେ। ପରେ ଉପ ଜିଲାପଳଙ୍କ ହସ୍ତକ୍ଷେପ ଫଳରେ ସ୍ଥାନୀୟ ଜେନାପୁର ଥାନାର ତତ୍‌କାଳିନ ଅଧିକାରୀ ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଲୋକାମାନଙ୍କୁ ବୁଝାସୁଝା କରି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଆଜି ସକାଳୁ ୧୧ଟା ସମୟରେ ତହସିଲଦାର ସେଠାରେ ପହଞ୍ଚି ବାଦ ବିବାଦ ପରେ ଅନେକ ଘର ବୁଲି ତଦନ୍ତ କରିଥିଲେ। ସେଥିମଧ୍ୟରୁ ଭାବ ସେଠି, ଚମ୍ପା ଜେନା, ସୋମଲତା ବିଶ୍ୱାଳ, ଝରଣା ପରିଡା, ଲତା ରାଉତ, କାଳନ୍ଦୀ ପରିଡା, ରାଜୁ ପ୍ରଧାନ, ମଞ୍ଜୁଲତା ରାଉତ, ମାନସ ଜେନା, ଈଶ୍ୱର ସାହୁଙ୍କ ବିଜୁଳି ବିଲ, ବାଇକ ଅଛିକି ନାହିଁ ଯଦି ଅଛି କାଗଜ ପତ୍ର, ଜମି ପଟ୍ଟା, ଘରବାଡି ପଟ୍ଟା ଆଦି ଦେଖିଥିଲେ।

ସ୍ଥାନୀୟ ଉପସ୍ଥିତ ଲୋକଙ୍କ ସୂଚନା ଅନୁଯାୟୀ, ସେମାନଙ୍କ କାଗଜ ପତ୍ର ଦେଖିଲା ପରେ ସେମାନେ ରାସନ ପାଇବାକୁ ଯୋଗ୍ୟ ବୋଲି କହିଥିଲେ। କେସ୍ କରିନଥିବା ଏହିଗାଁର ଅନେକ ପରିବାର ଏବେ ମଧ୍ୟ ରାସନ ପାଇବାରୁ ବଞ୍ଚିତ ଥିବା ଦେଖାଯାଇଛି। ଏହି ତଦନ୍ତକାରୀ ଦଳରେ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଆଡିସିନାଲ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଖାଦ୍ୟ ଯୋଗାଣ ଅଧିକାରୀ ବିଶ୍ୱଜିତ ମିଶ୍ରଙ୍କ ସମେତ ଚାରି ଜଣ ରାଜସ୍ୱ ନିରୀକ୍ଷକ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ନୂତନ ଜିଳାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ହୋଇଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories