www.samajalive.in
Tuesday, December 9, 2025
15.1 C
Bhubaneswar

ଏନ୍‍ଏଲ୍‍ସି କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଆକ୍ରମଣ; ଅନେକ ଗୁରୁତର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀର କୋଇଲା ଖଣିକୁ ପଶି ଗତକାଲି ଅପରାହ୍ନରେ ତଲବିରା ଗ୍ରାମର ଦଳେ ଯୁବକ ଖଣିରେ କାର୍ୟ୍ୟରତ ଇଞ୍ଜିନିୟର, ଅପରେଟର, ସୁରକ୍ଷା କର୍ମୀ, ସୁପରଭାଇଜରମାନଙ୍କୁ ଆକ୍ରମଣ କରିଥିବା ଠେଲକୁଲି ଥାନା ଆଇଆସି ସୁରୁବାବୁ ଛତ୍ରିଆଙ୍କ ଠାରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। ଆକ୍ରମଣରେ ସଂପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀ ଛତ୍ରିଆ କହିଛନ୍ତି।

କୋର୍ଟ ଚାଲାଣ କରାଯାଇଥିବା ଅଭିଯୁକ୍ତମାନେ ହେଲେ ପ୍ରଦୀପକୁମାର ପାତ୍ର(୪୬), ସଚିତାନନ୍ଦ ସାହୁ(୩୫), ଉମାକାନ୍ତ ସାଲିମା(୪୨) ଏବଂ ମନୋରଞ୍ଜନ ବିଶ୍ୱାଲ (୪୦)। ଫେରାର୍‍ ଥିବା ଆକ୍ରମଣକାରୀ ମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି ବୋଲି ଆଇଆସି କହିଛନ୍ତି। ଖଣି ପରିସରରେ କାର୍ୟ୍ୟରତ କର୍ମଚାରୀମାନଙ୍କ ଉପରେ ଆକ୍ରମଣ କରି ମାଡପିଟ କରୁଥିବା ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ ସୂଚନା ପାଇଲା ପରେ ଆଇଆସି ଛତ୍ରିଆ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଗଣ୍ଡଗୋଳ ଏବଂ ଆକ୍ରମଣ କରୁଥିବା ଗୋଷ୍ଠିଙ୍କ ମଧ୍ୟରୁ ୪ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ପୁଲିସକୁ ଚକମା ଦେଇ ଫେରାର୍‍ ମାରିଥିଲେ। ଆକ୍ରମଣରେ ୮/୧୦ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ବୋଲି ଆଆଇସିଙ୍କ ଠାରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। ଖଣିରେ ନିଯୁକ୍ତିକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି ଘଟଣା ସଂକ୍ରାନ୍ତରେ ଖଣି କର୍ତ୍ତୃପକ୍ଷଙ୍କ ମତାମତ ଜାଣିବା ପାଇଁ ଟେଲିଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories