BJD Bijuli 480×75 Mob

ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ହାର ଝାମ୍ପି ନେଲେ ଦୁର୍ବୃତ୍ତ

BJD Bijuli 480×75 Mob

କେଶଦୁରାପାଳ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ରାସ୍ତା ଘାଟ ଶୂନ୍‍ଶାନ୍‍ ହୋଇଯାଉଛି। ଏହି ସୁଯୋଗର ଲାଭ ଉଠାଉଛନ୍ତି ଲୁଟେରା। ମଙ୍ଗଳବାର କିଛି ଲୁଟେରା ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଲକ୍ଷେ ଟଙ୍କାର ସୁନା ହାର ଝାମ୍ପି ନେଇଥିବା ଜଣାପଡ଼ିଛି।

ସୂଚନାରୁ ଜଣାଯାଏ, ଘସିପୁରା ଥାନା ଅନ୍ତର୍ଗତ ଅତା ସାହି ଗ୍ରାମର ଶିକ୍ଷୟିତ୍ରୀ ପ୍ରମିଳା ସାହୁ ଆଜି ସକାଳ ୧୦ଟା ସମୟରେ ନିଜର ଅଫିସ କାମରେ ସ୍ଵାମୀଙ୍କ ସହିତ ଆନନ୍ଦପୁର ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇ ଫେରୁଥିଲେ। ଏହି ସମୟରେ ୨୦ ନଂ ଜାତୀୟ ରାଜପଥ ମା’ ମଙ୍ଗଳା ହୋଟେଲ ଓ ମଦ ଦୋକାନ ମଝିରେ ହଠାତ୍ ଏକ ଅଜଣା ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଖୁବ୍ ଜୋରରେ ଆସି ପ୍ରମିଳାଙ୍କ ପଛ ପଟୁ ବେକରେ ପିନ୍ଧିଥିବା ୧ଲକ୍ଷ ଟଙ୍କାର ସୁନା ହାରକୁ ଝାମ୍ପି ନେଇଥିଲେ। ଫଳରେ ସ୍ଵାମୀ କାର୍ତ୍ତିକ ଓ ପ୍ରମିଳା ଉଭୟ ବାଇକ୍ରୁ ପଡ଼ି ଯାଇଥିଲେ। ଏହାର ସୁଯୋଗରେ ବାଇକ ଚାଳକ ଜଣକ ସୁନା ହାର ଝାମ୍ପି ନେଇ ଚମ୍ପଟ ହୋଇ ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ କରିଥିଲେ। ପୁଲିସ ପହଞ୍ଚି କାର୍ତ୍ତିକ ଓ ପ୍ରମିଳା ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଘସିପୁରା ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଲୁଟେରା ସୁନା ହାର ନେଇ ପାର ହୋଇଯାଇଥିବା ଜଣାପଡ଼ିଛି ।

Comments are closed.