www.samajalive.in
Wednesday, December 10, 2025
15.1 C
Bhubaneswar

ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ଅତିଷ୍ଠ

ବେଗୁନିଆ: ଗତ କିଛି ମାସ ହେବ ସରକାର ଟିପିସିଓଡ଼ିଏଲକୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବେଗୁନିଆ ବିଦ୍ୟୁତ ସବଡିଭିଜନ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ଦେଖିବାକୁ ମିଳୁଛି। କୌଣସି ପୂର୍ବ ନିର୍ଦ୍ଧାରିତ ସୂଚନା ନ ଥାଇ ଦୈନିକ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ କାଟ ହେଉଥିବା ଯୋଗୁଁ ଉପଭୋକ୍ତା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଲୋ ଭୋଲଟେଜ ସମସ୍ୟା ମଧ୍ୟ ଉପଭୋକ୍ତାଙ୍କୁ ଅତିଷ୍ଠ କରୁଛି। ୪ ଟି ବିଦ୍ୟୁତ ସେକ୍ସନ ଯଥା ବେଗୁନିଆ, ବାଘମାରୀ, ରାଜସୁନାଖଳା ଏବଂ କଳାପଥରକୁ ନେଇ ବେଗୁନିଆ ବିଦ୍ୟୁତ ସବଡିଭିଜନରେ ନିୟମିତ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିନା ସୂଚନାରେ ସକାଳେ, ଦ୍ବିପ୍ରହରେ ଏବଂ ସନ୍ଧ୍ୟା ସମୟରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ପାଣି ପାଇବାରୁ ବଂଚିତ ହେଉଛନ୍ତି। ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକମାନେ ସକାଳ ସମୟରେ ଦିଆଯାଉଥିବା ପାଣି ପାଇ ପାରୁ ନ ଥିବା ବେଳେ ସନ୍ଧ୍ୟା ସମୟରେ ପିଲାମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ବାରମ୍ବାର ବିଦ୍ୟୁତ କାଟର ସୁଯୋଗ ନେଇ ଅଂଚଳରେ ଚୋରି ରାହାଜାନି ବୃଦ୍ଧି ପାଉଛି। ଅସହ୍ୟ ଗୁଳଗୁଳି ଯୋଗୁଁ ଲୋକମାନେ ଘରେ ରହିପାରୁ ନ ଥିବା ବେଳେ ବିଦ୍ୟୁତକାଟ ଯୋଗୁଁ ଲୋକମାନଙ୍କର ସମସ୍ୟା ଦୁଇଗୁଣ ବଢ଼ି ଯାଉଛି। ଏଥିପାଇଁ ବେଗୁନିଆ ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବାର ଜଣାପଡିଛି। ଏହି ବିଦ୍ୟୁତ କାଟର କାରଣ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ କଲେ ବର୍ଷା ଯୋଗୁଁ ଏପରି ହେଉଛି ବୋଲି ଶୁଣିବାକୁ ମିଳୁଛି। ଟିପିସିଓଡ଼ିଏଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories