ସୁନ୍ଦରଗଡ଼: ତଳସରା ଥାନା ଅନ୍ତର୍ଗତ ଏକ କଠୋରୀରୁ ଜୈନିକା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ଏସ.ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ପୁଲିସ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନାବାଳିକା ଜଣକ ଜୈନିକ ଯୁବକଙ୍କ ସହ କିଛି ଦିନ ହେଲା ଏଠାରେ ରହୁଥିବା ବେଳେ ସେ ଗର୍ଭବତୀ ଥିବାର ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ନାବାଳିକାଙ୍କ ବାପାଙ୍କ ଏତଲାକୁ ଆଧାର କରି ତଳସରା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିବାର ଜଣାପଡ଼ିଛି।
ଚାଞ୍ଚଲ୍ୟ: ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର
Popular Categories



