www.samajalive.in
Friday, December 12, 2025
15.1 C
Bhubaneswar

କୃଷି ବିଧେୟକକୁ ବି​ରୋଧ: ପୁଞ୍ଜି ବଜାର ପ୍ରଭାବିତ

ମୁମ୍ବଇ : ପୂର୍ବରୁ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ମାନ୍ଦା ପଡିଯାଇଥିବା ଦେଶର ପୁଞ୍ଜି ବଜାର ଏବେ କୃଷି ବିଧେୟକକୁ ନେଇ ବେଶ ଅଡୁଆରେ ପଡିଛି। କେନ୍ଦ୍ର ସରକାର ଆଣିଥିବା କୃଷି ବିଧେୟକକୁ ବିରୋଧୀଙ୍କ ସହ କୃଷକମାନେ ତୀବ୍ର ବିରୋଧ କରିବା ଫଳରେ ଘରୋଇ ପୁଞ୍ଜି ବଜାର ପୁନର୍ବାର ନିମ୍ନଗାମୀ ହେବାରେ ଲାଗିଛି। ଏଥିଯୋଗୁ ପୁଞ୍ଜି ବଜାରରେ ଆଜି ବୃହତ୍‌ ହ୍ରାସ ଘଟିଛି। ସୋମବାର କାରବାରରେ ସେନ୍‌ସେକ୍ସରେ ଆଜି ୮୧୨ ପଏଣ୍ଟ ହ୍ରାସ ଘଟିଛି। ଫଳରେ ଷ୍ଟକ ବଜାରରେ ଲାଗି ରହିଥିବା ଏଭଳି ଦୋଳାୟମାନ ସ୍ଥିତି ନିବେଶକଙ୍କ ଆଶଙ୍କାକୁ ଦ୍ବିଗୁଣିତ କରିଦେଇଛି।
​ସୋମବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୮୧୨ ପଏଣ୍ଟ ଅର୍ଥାତ୍‌ ୨.୦୯% ହ୍ରାସ ଘଟି ୩୮,୦୩୪ ପଏଣ୍ଟରେ କାରବାର ​ଶେଷ ହୋଇଛି। ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୨୫୪ ପଏଣ୍ଟ ଅର୍ଥାତ୍‌ ୨.୨୧% ହ୍ରାସ ଘଟି ୧୧,୨୫୦ ପଏଣ୍ଟରେ କାରବାର ଶେଷ ହୋଇଛି। ସୋମବାର କାରବାରରେ ଅଟା, ପିଏସ୍‌ୟୁ, ଫାର୍ମା, ଗଣମାଧ୍ୟମ, ଧାତବ ଏବଂ ଔଷଧ କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଘଟିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories