www.samajalive.in
Monday, December 8, 2025
27.1 C
Bhubaneswar

୧୪୦୦ ​କୋଟିର ବ୍ୟାଙ୍କ ଜାଲିଆତି; ୮ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ​କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜାଲିଆତି ଘଟଣାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦେଶବ୍ୟାପୀ ଚଢ଼ଉ କରାଯାଇଛି। ସିବିଆଇ ୮ ସ୍ଥାନରେ ଏହି ଚଢ଼ଉ କରି ଦିଲ୍ଲୀ ଭିତ୍ତିକ ଏକ ଦୁଗ୍‌ଧ କମ୍ପାନୀର ଏବଂ ଏହାର ନିର୍ଦେଶକଙ୍କୁ ଗିରଫ କରିଛି। କମ୍ପାନୀର ନିର୍ଦେଶକ ସଞ୍ଜୟ ଧିଙ୍ଗରା, ସିଦ୍ଧାନ୍ତ ଗୁପ୍ତା ଏବଂ ଅରୁଣ ଶ୍ରୀବାସ୍ତବଙ୍କ ବିରୋଧ‌େ​‌ର ତଦନ୍ତକାରୀ ଏଜେନ୍ସି ମାମଲା ରୁଜୁ କରିଛି। ଏମାନଙ୍କ ବିରୋଧରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓବି) ନେତୃତ୍ବାଧୀନ କନ୍‌ସୋର୍ଟିୟମ୍‌କୁ ଉକ୍ତ ଠକେଇ ପାଇଁ ୧୪୦୦ ​କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ଘଟିଥିବା ଅଭିଯୋଗ ହୋଇଛି। ଏହି କନ୍‌ସୋର୍ଟିୟମ୍‌ରେ ବିଓବି ବ୍ୟତୀତ କାନରା ବ୍ୟାଙ୍କ,ବିଓବି, ଆନ୍ଧ୍ର ବ୍ୟାଙ୍କ, କର୍ପୋରେଶନ୍‌ ବ୍ୟାଙ୍କ, ଆଇଡିବିଆଇ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,ଧନଲକ୍ଷ୍ମୀ ବ୍ୟାଙ୍କ ଏବଂ ସିଣ୍ଡିକେଟ୍‌ ବ୍ୟାଙ୍କ ରହିଛନ୍ତି। ଅଭିଯୁକ୍ତମାନେ କନ୍‌ସୋର୍ଟିୟମ୍‌କୁ କ୍ଷଣ ଠ​କେଇ ଜରିଆରେ ​ମୋଟ ୧୪୦୦.୬୨ ​କୋଟି ଟଙ୍କାର ​‌କ୍ଷତି ପହଞ୍ଚାଇଥିବା ସିବିଆଇର ପ୍ରବକ୍ତା ଆର୍‌.କେ. ଗୌର କହିଛନ୍ତି। ସିବିଆଇେ ଆଜି ଦିଲ୍ଲୀ, ସାହାରନପୁର, ବୁଲନ୍ଦସର(ଉତ୍ତର ପ୍ରଦେଶ), ଆଜମୀର(ରାଜସ୍ତାନ), ପଲୱାଲ(ହରିୟାଣା) ଆଦି ୮ଟି ସ୍ଥାନରେ କମ୍ପାନୀ ଏବଂ ମାମଲାର ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories