www.samajalive.in
Monday, December 15, 2025
16.1 C
Bhubaneswar

ରାସ୍ତାରେ ଛଡାଯାଉଛି ଗୋରୁଗାଈ: ଷଣ୍ଢ ଦେହରେ ଧକ୍କା ହୋଇ ୧ ମୃତ, ୨ ଗୁରୁତର

ଭୁବନେଶ୍ୱର: ରବିବାର ରାତିରେ ଫୁଲନଖରା-ନିଆଳି ରାସ୍ତାର ନଖରାଠାରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଅଢାଳିଆର ଶଙ୍କର୍ଷଣ ସାହୁ (୫୦)। ଆହତଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶଙ୍କର୍ଷଣ ବାଇକ ଯୋଗେ ଘରକୁ ଫେରୁଥିଲା ବେଳେ ରାସ୍ତା ଉପରେ ଶୋଇଥିବା ଷଣ୍ଢଟିକୁ ଦେଖିପାରି ନ ଥିଲେ। ଫଳରେ ବାଇକଟି ଷଣ୍ଢ ଦେହରେ ଧକ୍କା ହୋଇଥିଲା। ଶଙ୍କର୍ଷଣ ବାଇକରୁ ଛିଟିକି ଡିଭାଇଡରରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଦୋକାନୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ନେବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। କୋଭିଡ ଆଳ ଦେଖାଇ ହସପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ନ କରି ଫେରାଇ ଦେଇଥିଲେ। ପରିବାର ଲୋକେ ଅନ୍ୟ ଏକ ଘରୋଇ ହସପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଅନୁରୂପ ବାହାନା ଦେଖାଇ ଫେରାଇ ଦେଇଥିଲେ। ପରିବାର ଲୋକେ ନିରାଶ ହୋଇ ଶେଷରେ ତାଙ୍କୁ କଟକ ବଡ ମେଡିକାଲକୁ ନେଇଥିଲେ। ପ୍ରଚୁର ରକ୍ତସ୍ରାବ ଓ ଚିକିତ୍ସା ଅଭାବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଠିକ ଏକଘଣ୍ଟା ପରେ ଦୁଇଜଣ ଯୁବକ ବାଇକରେ ଆସୁଥିଲା ବେଳେ ସମାନ ସ୍ଥାନରେ ଆଉ ଏକ ଷଣ୍ଢ ସହ ଧକ୍କା ହୋଇଥିଲେ। ଆହତଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ପ୍ରକାଶ ଯେ. ଫୁଲନଖରା ଛକଠାରୁ ତ୍ରିନାଥ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ରାତିରେ ଶତାଧିକ ବୁଲା ଗୋରୁ ଓ ଷଣ୍ଢ ଶୋଇ ରହୁଛନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ବିଏମସି ଓ ସିଏମସି କତ୍ତୃପକ୍ଷ ସହରର ବୁଲା ଗୋରୁ, ଷଣ୍ଢ ଓ କୁକୁରଙ୍କୁ ଧରି ବିଳମ୍ବିତ ରାତିରେ ନଖରା ସମେତ ଆଖପାଖ ଗ୍ରାମା ଳରେ ଆଣି ଛାଡି ଦେଉଛନ୍ତି। ବୁଲା ଗୋରୁଗାଈ ବିଲରେ ପଶି ଫସଲ ନଷ୍ଟ କରିବା ସହ ରାସ୍ତାରେ ଦୁର୍ଘଟଣାର କାରଣ ପାଲଟିଛନ୍ତି। ପୂର୍ବରୁ ମଧ୍ୟ ବୁଲା କୁକୁର ଓ ଷଣ୍ଢ ଯୋଗୁ ଦୁର୍ଘଟଣା ଘଟି ମୃତାହତ ହୋଇଥିବାର ନଜିର ରହିଛି। ସହରରୁ ବୁଲା ଜୀବଜନ୍ତୁଙ୍କୁ ଆଣି ଏଠାରେ ଛାଡିବା ବନ୍ଦ ନ କଲେ ବାଧ୍ୟ ହୋଇ ଆଇନକୁ ହାତକୁ ନେବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories