www.samajalive.in
Sunday, December 7, 2025
14.1 C
Bhubaneswar

ଫୁଲବାଣୀ ସ୍ଥିତି ଅସମ୍ଭାଳ ; ସାହି ସାହିରେ କଣ୍ଟେନମେଣ୍ଟ, ସରକାରୀ କଣ୍ଟ୍ରୋଲ୍ ଦୋକାନରେ କଟକଣାକୁ ଫୁ

ଫୁଲବାଣୀ : କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ  ଚିହ୍ନଟ ଶତକ ଟପିଛି। ଆଜି ୧୦୨ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ଏକ ସପ୍ତାହ ମଧ୍ୟରେ ଫୁଲବାଣୀରେ ପ୍ରତ୍ୟେକ ଦିନ ୩୦ରୁ ୪୦ ଜଣ ଲେଖାଏଁ ଚିହ୍ନଟ ହେଉଛନ୍ତି। ଫୁଲବାଣୀ ପୌର ପରିଷଦର ଏଭଳି ପରିସ୍ଥିତି ହୋଇଛି ୧୩ଟି ୱାର୍ଡ଼ର ବିଭିନ୍ନ ସାହି ସାହିରେ ପ୍ରଶାସନ ପକ୍ଷରୁ ହୋଇଛି କଣ୍ଟେନମେଣ୍ଟ ଘୋଷଣା। ପରିସ୍ଥିତି ଏକ ପ୍ରକାର ଅଣାୟତ ହୋଇ ପଡ଼ିଥିଲେ ମଧ୍ୟ ଅମାନିୟ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗୋଟିଏ ପଟେ ଖୋଦ୍ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି। ଫୁଲବାଣୀ ସହରରେ ପ୍ରତ୍ୟେକ ଦିନ ଏକାଧିକ ଅଧିକାରୀ କେବଳ ଫାଇନ୍ କାଟିବା ପାଇଁ ବୋଲେରୋ ଗାଡ଼ିରେ ତୁହାକୁ ତୁହା ସହରରେ ଚକର ମାରୁଥିବାର ଦେଖାଯାଇଛି। କିନ୍ତୁ ଉକ୍ତ କର୍ମଚାରୀ ମାନେ ଆଖି ଆଗରେ ଶହ ଶହ ଲୋକ କରୋନା କଟକଣାକୁ ଭୁଲିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୃଷ୍ଟିନପଡ଼ିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଖୋଦ୍ ସଂକ୍ରମଣ ବଢିବାରେ ଏକ ପ୍ରକାର ସହାୟକ ହେବ ସରକାରୀ କଣ୍ଟ୍ରୋଲ୍ ଦୋକାନ ବୋଲି ସହରରେ ଆଲୋଚନା ଜୋର ଧରିଛି। ଚାଉଳ ପାଇଁ ଲାଗୁଥିବା ଲମ୍ବା ଲାଇନରେ କୌଣସି ପ୍ରକାର ସାମାଜିକ ଦୂରତ୍ୱ ରହୁନଥିବା ବେଳେ ଅନେକ ଲୋକ ବିନା ମାକ୍ସରେ ଖୋଲାଖୋଲି ଭାବେ ଉକ୍ତ କଣ୍ଟୋଲ୍ ଦୋକାନ ସମ୍ମୁଖରେ ଠିଆ ହେଉଛନ୍ତି। ପରିସ୍ଥିତି ଏଭଳି ସୃଷ୍ଟି ହେଉଛି ଯେ, ପ୍ରଶାସନର କୌଣସି ପ୍ରକାର ଦାୟିତ୍ୱ ନଥିବା ଭଳି ମନେ ହେଉଛି। ଏଭଳି ଦୃଶ୍ୟ ଖୋଦ୍ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୫୦ ମିଟର ଓ ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଦେଖାଯାଇଛି। ଭିଡ଼ ଏଭଳି ଭାବେ ଜମୁଛି ଯେ, ସାଧାରଣ ଲୋକ ଟିଏ ଉକ୍ତ ରାସ୍ତା ଦେଇ ଯିବାକୁ ମଧ୍ୟ ଭୟ କରିବା ଆରମ୍ଭ କଲେଣି। ଆଖପାଖରେ ଥିବା ବ୍ୟବସାୟୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଏଥିପ୍ରତି କାହାର ମଧ୍ୟ ଦାୟିତ୍ୱ ନାହିଁ। ଗତ କିଛିଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏସଂପର୍କରେ ଅଭିଯୋଗ କଲେ ଆମେ କଣ କରିବୁ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି। ତେବେ ସରକାରୀ ଘୋଷଣା ପ୍ରକାରେ, ଘରେ ଘରେ ଚାଉଳ ଯୋଗାଇ ଦିଆଯିବ କେବଳ କାଗଜ କଲମରେ ସିମିତି ରହିଯାଇଛି। ପୂର୍ବରୁ ପ୍ରତ୍ୟେକ ୱାର୍ଡ଼ ମାନଙ୍କରେ ଯେଭଳି ଭାବେ ଦିଆଯାଉଥିଲା ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ପ୍ରତି ସାହିମାନଙ୍କୁ ଯାଇ ଚାଉଲ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଦିନକୁ ଦିନ ସହରରେ ସଂକ୍ରମଣ ବୃଦ୍ଧି ପାଉଛି ଓ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ପ୍ରଶାସନ ଏହିଭଳି କ୍ଷେତ୍ରରେ କିଭଳି ଭାବେ ସାମାଜିକ ଦୂରତ୍ୱ ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories