www.samajalive.in
Friday, December 12, 2025
16.1 C
Bhubaneswar

ଜେରା ହେବେ ଟିଟୋ ପରିବାରର ୧୦ ସଦସ୍ୟ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍ମାନ୍‍ ଅଲ୍ଲୀକୁ ତୃତୀୟ ଥର ଲାଗି ଜିମାରେ ଆଣିବା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏସ୍‍ଟିଏଫ ଜେରା କରିଛି। ତା’ ପରିବାର ୧୦ ସଦସ୍ୟଙ୍କୁ ପଚରାଉଚରା ଲାଗି ଏକ ତାଲିକା ପ୍ରସ୍ତୁତ କରିଛି। ସେହିପରି ତଦନ୍ତରେ ଯେପରି କିଛି ତ୍ରୁଟି ନ ରୁହେ ଅନୁଧ୍ୟାନ ଲାଗି କ୍ରାଇମ୍‍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ଆଇଜି ବୋଥ୍ରା ଏହି ମାମଲାର ଅନୁଧ୍ୟାନ ଆରମ୍ଭ ସହିତ ଏସ୍‍ଟିଏଫ୍‍ର ଦୁଇ ଏସ୍‍ପିଙ୍କ ସହିତ ପରାମର୍ଶ କରିଛନ୍ତି। ବୋଥ୍ରାଙ୍କ ନିର୍ଦେଶରେ ଟିଟୋର ପତ୍ନୀ ବେନଜିରଙ୍କୁ ଏକ ଟିମ୍‍ ୨ ଘଣ୍ଟା ଜେରା କରିଥିଲା। ଜେରା ଏଡାଇବାକୁ ବେନଜିର ଅନେକ ବାହାନା କରିଥିଲେ। ତେବେ ଟିଟୋ ସମେତ ପରିବାରର ଜେରା ହେବାକୁ ଥିବା ୧୦ ଜଣ ମଧ୍ୟରେ ୩ ଭଉଣୀ ଓ ୭ ଭାଇଙ୍କ ନାମ ରହିଛି। ଟିଟୋର ୨ ଭଉଣୀ ଏବେ ଶିକ୍ଷୟିତ୍ରୀ ଅଛନ୍ତି। ସେମାନଙ୍କୁ ଜେରା କରିବାକୁ ଏସଟିଏଫ ନୋଟିସ ଜାରି କରିଛି।
ଟିଟୋର ଦୁଇ ଭାଇ ମାର୍ବଲ ଏବଂ ଟାଇଲ୍‍ ବ୍ୟବସାୟୀ ସପୁ ଓରଫ ସୟଦ ଇମ୍‍ରାନ୍‍ ଅଲ୍ଲୀ ଓ ସିମ୍‍ରନ୍‍ ଗାର୍ମେଣ୍ଟ ଦୋକାନ କରିଥିବା ଜି.ବାବୁଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ସେମାନେ ମଧ୍ୟ ଗ୍ୟାଙ୍ଗଷ୍ଟର ବୋଲି ଏସ୍‍ଟିଏଫ କହିଛି । ଟୁଟୁ ଓରଫ୍‍ ସୟଦ ଫୁରକନ ଅଲ୍ଲୀ ଦିଲାରପୁରସ୍ଥିତ ସର୍ଭିସ ସେଣ୍ଟରର ବ୍ୟବସାୟ ବୁଝୁଥିଲା। ସେହିପରି ପାରାଦୀପ-ହରିଦାସପୁର ରେଳଲାଇନ୍‍ କାମର ଦାୟିତ୍ୱ ନେଇଥିବା ବାପୁ ଓରଫ୍‍ ସୟଦ ଦିଲ୍‍ସାନ୍‍ ଅଲ୍ଲୀ ବୁଝୁଥିଲା।
ଟୁନା ଓରଫ୍‍ ସୟଦ ଅଫ୍‍ସର ଅଲ୍ଲୀ ଆଳୁ ବେପାର କରୁଥିବା ବେଳେ ଜଣେ ଭାଇ ଚିତୋ ଓରଫ୍‍ ସୟଦ ଇଫ୍‍ତିକର ଅଲ୍ଲୀ ବେକାର ଥିବା ଏସ୍‍ଟିଏଫ୍‍ ଜାଣିବାକୁ ପାଇଛି। ସମସ୍ତଙ୍କୁ ନୋଟିସ୍‍ ଜାରି ହୋଇଛି। ହେଲେ ଟିଟୋ ଗିରଫ ହେବା ପରେ ଏବେ ତା’ର ଭାଇମାନେ ଫେରାର୍‍ ହୋଇଯାଇଛନ୍ତି। ପୂର୍ବରୁ ଶ୍ରୀ ବୋଥ୍ରା କେନ୍ଦ୍ରାପଡାର ଏସ୍‍ପି ଥିଲେ। ତେଣୁ କେନ୍ଦ୍ରାପଡାର ଭୌଗୋଳିକ ସ୍ଥିତି ସମ୍ପର୍କରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ତେଣୁ ଟିଟୋ ମାମଲାରେ ଆହୁରି ଅଧିକ ତଥ୍ୟ ପଦାକୁ ଆସିବାର ସମ୍ଭାବନା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories