ନନ୍ଦନକାନନ : ୭ ମାସ ଧରି ବନ୍ଦ ଥିବା ବାଘ, ସିଂହ, ତୃଣଭୋଜି ସଫାରୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ନୂତନ ଠିକାଦାରଙ୍କ ଦ୍ୱାରା ସଫାରୀ ବୁଲିବା ପାଇଁ ୪ଟି ବସ୍ର ବ୍ୟବସ୍ଥା ହୋଇଛି। ଏହାକୁ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଫିତାକାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ବାଘ ସଫାରୀରେ କଳାବାଘ କ୍ରିଷ୍ଣା ଓ ନାଲିବାଘ ଶୁଭ୍ରାଂଶୁ, ସିଂହ ସଫାରୀରେ ସୁପ୍ରିୟା, କ୍ରିସ, ତୃଣଭୋଜି ସଫାରୀରେ ହରିଣ, ସମ୍ବର, କୁଟ୍ରା, ଆଦି ତୃଣଭୋଜି ପ୍ରାଣୀ, ଭାଲୁ ସଫାରୀରେ ୪ଟି ଭାଲୁ ଛଡ଼ାଯାଇଛି। ଆଜି ସଫାରୀ ଦେଖିବାକୁ ଯିବା ପାଇଁ ପର୍ଯ୍ୟଟକମାନେ ୬୦ଟଙ୍କା ଦେଇ ଟିକେଟ କାଟିଥିବାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ୮୪ଲକ୍ଷ ୩୭୨ହଜାରେ ଟଙ୍କାରେ ସଫାରୀ ଟେଣ୍ଡର ହୋଇଛି। ଅକ୍ଟୋବର ୧ରୁ ସଫାରୀ ପାଇଁ କରାଯାଉଥିବା ନୂଆଷ୍ଟାଣ୍ଡରେ ସଫାରୀ ବସ୍ଗୁଡ଼ିକ ଲାଗିବ। ଠିକାଦାର ମାସିକ ୭ଲକ୍ଷ ୩୬ହଜାର ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପୈଠ କରିବେ ବୋଲି ଚୁକ୍ତିନାମା ହୋଇଛି।
ନନ୍ଦନକାନନରେ ବନ୍ଦ ସଫାରୀ ଚାଲିଲା
Popular Categories



