www.samajalive.in
Monday, December 8, 2025
27.1 C
Bhubaneswar

ଶହେ ପ୍ରଶ୍ନରେ ପାଣି ପିଇଲେ ବେନଜିର

ଭୁବନେଶ୍ୱର : ଏସ୍‍ଟିଏଫ୍‍ ହେପାଜତରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ଜେରା ବେଳେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ଲାଗି ପତ୍ନୀ ବେନଜିରଙ୍କ ମୁଣ୍ଡରେ ସବୁ ଲଦି ଦେଇଥିଲେ। ବେନଜିର ସବୁ ବୁଝୁଥିଲେ ବୋଲି ଟିଟୋ ଏସ୍‍ଟିଏଫ୍‍ ଅଧିକାରୀଙ୍କୁ ଜେରା ବେଳେ କହିଥିଲେ। ତେଣୁ ଗତ ଶୁକ୍ରବାର ଡିଏସ୍‍ପି ପ୍ରିୟରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଦୁଇ ଜଣ ମହିଳା ଇନ୍‍ସପ୍ଟେରଙ୍କୁ ନେଇ ୩ ଜଣିଆ ଟିମ୍‍ ବେନଜିରଙ୍କୁ ଜେରା କରିବାକୁ ଯାଇଥିଲା। ଏସ୍‍ଟିଏଫ୍‍ ଟିମ୍‍ ପହଞ୍ଚିବା ପୂର୍ବରୁ ବେନଜିର ଘରେ ଅସୁସ୍ଥ ହୋଇପଡିଥିଲେ। ଏସ୍‍ଟିଏଫ୍‍ ଟିମ୍‍ ତାଙ୍କୁ ପଚରାଉଚରା କରିବା ବେଳେ ସେ ଆଗରୁ ସବୁ କଥା ବୁଝୁଥିବା ସ୍ୱୀକାର କରିଥିଲେ। ଏବେ ସେ ଆଉ ବୁଝୁ ନ ଥିବା କହିଥିଲେ। ୨ରୁ୩ ଜଣ ତାଙ୍କ ବ୍ୟବସାୟ ବୁଝୁଥିବା ସେ କହିଥିଲେ। ଏସ୍‍ଟିଏଫ୍‍ ଟିମ୍‍ର ଅଧିକାରୀ ତାଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି।
କଲକାତା, ପାରାଦ୍ୱୀପରେ ତାଙ୍କର ଘରଥିବା କଥାକୁ ବେନଜିର ସ୍ୱୀକାର କରିଥିଲେ। ତେବେ ଏସବୁ ଘରକୁ ବନ୍ଧକ ପକାଇ ସେ ପେଟ୍ରୋଲ୍‍ ପମ୍ପ ବ୍ୟବସାୟ ଆରମ୍ଭ କରିଥିବା କହିଥିଲେ। ପେଟ୍ରୋଲ୍‍ପମ୍ପର ଆୟ ସମ୍ପର୍କରେ ସେ ୩ ମାସ ହେବ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଜଣାଉଥିବା କହିଥିଲେ । ଜିଲାପାଳଙ୍କ ଅଫିସକୁ ଯାଇ କେନ୍ଦ୍ରାପଡ଼ା ଯୋଗାଣ ଅଧିକାରୀଙ୍କଠାରୁ ଏସ୍‍ଟିଏଫ୍‍ ଅଧିକାରୀମାନେ ତେଲ ଟାଙ୍କିର ବ୍ୟବସାୟ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ସେ ଜଣେ ସାଧାରଣ ଗୃହିଣୀ ହୋଇ ମଧ୍ୟ ତାଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି କେମିତି ଆସିଲା ବୋଲି ପ୍ରଶ୍ନରେ ହଡବଡ଼େଇ ଯାଇଥିଲେ ବେନଜିର। ବେନଜିରଙ୍କ ବାପ ଘର ସମ୍ପର୍କରେ ପଚରାଉଚରା କରିବାରୁ ଉତ୍ତର ନ ଦେଇ ଅସୁସ୍ଥ ଥିବା ବାହାନା କରି ଘୋଡିହୋଇ ଶୋଇ ପଡିଥିଲେ। ଏବେ ସେ ଆଉ କିଛି କହିପାରିବେ ନାହିଁ କହି ଉତ୍ତର ଏଡାଇଯିବାକୁ ଚେଷ୍ଟା କରିଥିଲେ। ତାଙ୍କ ବାପ ଘର ଲୋକଙ୍କୁ ଏହି ଅଡୁଆ ଭିତରେ ନ ଆଣିବାକୁ ବେନଜିର ବହୁ ଉଦ୍ୟମ କରିଥିଲେ। ତାଙ୍କ ସମ୍ପତ୍ତି ସମ୍ପର୍କରେ କେତେକ କାଗଜପତ୍ର ପରେ ଦାଖଲ କରିବାକୁ ସେ ସମୟ ନେଇଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories