www.samajalive.in
Saturday, December 13, 2025
14.1 C
Bhubaneswar

ଆକର୍ଷଣୀୟ କେଶ ପାଇଁ କେତେକ ଜାଣିବା କଥା

ତେଲ ଲଗାଇବା ପରେ ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ –
କେଶ ମୂଳରେ ତେଲ ମାଲିସ କରିବା ପରେ ସେପରି ରହିବାକୁ ଦିଅନ୍ତୁ, ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇ ଝଡ଼ିଥାଏ। କିଛି ସମୟ ପରେ କେଶ କୁଣ୍ଡାଇପାରିବେ।
ଅତ୍ୟଧିକ ତେଲ ଲଗାନ୍ତୁ ନାହିଁ –
କେଶରେ ତେଲ ଲଗାଇବା ଅର୍ଥ ନୁହେଁ, ଅତ୍ୟଧିକ ମାତ୍ରାରେ ଲଗାଇବା। ତେଲକୁ ସର୍ବଦା କେଶ ମୂଳରେ ଅଳ୍ପ ମାତ୍ରାରେ ଧିରେ ଧିରେ ମାଲିସ କରି ଲଗାନ୍ତୁ। ସାମ୍ପୁ ଲଗାଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।
– ତେଲ ଲଗାଇବା ସଙ୍ଗେ ସଙ୍ଗେ ସାମ୍ପୁରେ ସଫା କରନ୍ତୁ ନାହିଁ। ଅତି ଜୋରରେ ସାମ୍ପୁ କରନ୍ତୁ ନାହିଁ। ତେଲ ଲଗାଇ କେଶକୁ ଅତି ଜୋରରେ ବାନ୍ଧନ୍ତୁ ନାହିଁ।
– ତେଲ ଲଗାଇବା ପରେ ଅନ୍ୟ କୌଣସି ଜିନିଷ ଯେପରି ସିରମ, ହେୟାର ସ୍ପ୍ରେ ଆଦି କେଶରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ହୋଇଥାଏ।
କେଶକୁ ସଫା କରିବା ପାଇଁ ସାଧାରଣତଃ ସାମ୍ପୁର ବ୍ୟବହାର କରାଯାଏ। ଜାଣନ୍ତୁ ଘରୋଇ ଉପାୟରେ କିପରି ସାମ୍ପୁ ପ୍ରସ୍ତୁତ କରିବେ। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହେବା ସହ କେଶ ଘନ, କୋମଳ, କଳା ମଧ୍ୟ ହୋଇଥାଏ।
ଅଁଳା, ରିଠାଫଳ ଓ ଶିକାକାଇ (ଅଠା ଉତ୍ପାଦକ କୁସୁମ ଗଛ)କୁ ବ୍ୟବହାର କରି ସାମ୍ପୁ ପ୍ରସ୍ତୁତ କରିପାରିବେ। ଏହା କେଶ ଝଡ଼ିବାକୁ ରୋକି ଥାଏ। ରିଠାଫଳରେ ଆଇନ ପ୍ରଚୁର ମାତ୍ରାରେ ରହିଛି, ଯାହା ନୂତନ କେଶ ସୃଷ୍ଟି କରିଥାଏ।
ଏପରି ପ୍ରସ୍ତୁତ କରନ୍ତୁ ସାମ୍ପୁ –
ଅଁଳା, ରିଠା, ଶିକାକାଇକୁ ଏକ ସମାନ (୮ଟି) ମାତ୍ରାରେ ନିଅନ୍ତୁ। ଅଧିକ ଲମ୍ବା ଓ ଘନ କେଶ ଥିଲେ ଏହାକୁ ଅଧିକ ପରିମାଣରେ ମଧ୍ୟ ନେଇପାରିବେ। ଏହାକୁ ସାରା ରାତି ବତୁରାଇ ଦିଅନ୍ତୁ। ଏହାପରେ ସକାଳେ ଏଥିରେ ଆଉ କିଛି ପାଣି ମିଶାଇ ଗ୍ୟାସରେ ବସାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଥଣ୍ଡା କରନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲ ଭାବେ ଚକଟି ଛାଣି ଦିଅନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ସଫା କରନ୍ତୁ। ନିୟମିତ ଏହାକୁ ବ୍ୟବହାର କଲେ ନିଜେ ଏହାର ଉପକାରିତା ଅନୁଭବ କରିବେ।
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇଁ …….
ପିଜୁଳି ପତ୍ରର ଗୁଣ୍ଡ ସହ ଅଁଳା ତେଲକୁ ମିଶାଇ ଏହାକୁ କେଶ ମୂଳରେ ଲଗାନ୍ତୁ। ଲଗାଇବାର ୩୦ ମିନିଟ ପରେ ସାମ୍ପୁରେ କେଶକୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories