www.samajalive.in
Friday, December 12, 2025
15.1 C
Bhubaneswar

ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବାନ୍ଧକଳା

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଏହି ଅବସରରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ହସ୍ତତନ୍ତରେ ମାଁ ଙ୍କ ଧବଳମୁଖୀ ବେଶ ଅଙ୍କିତ ହୋଇଛି। ଏହି ଧବଳମୁଖୀ ହସ୍ତତନ୍ତ ବାନ୍ଧକଳାକୁ କାନ୍ଥରେ ଟଙ୍ଗା ଯାଇ ପାରିବ। ବରପାଲିର ବିଖ୍ୟାତ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ଦମ୍ପତ୍ତି ମକରଧ୍ୱଜ ମେହେର ଓ ସୁକାନ୍ତି ମେହେରଙ୍କ ଦ୍ୱାରା ନିର୍ମିତ କରାଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଗୁରୁବାର ପୂର୍ବାହ୍ନରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ବୀରେନ୍ଦ୍ର ରାଏଙ୍କୁ ଅନ୍ୟ ପୂଜକ ମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି। ପୂଜକ ସଦନ ରାଏ ଓ ପ୍ରକାଶ ରାଏ ବାନ୍ଧକଳାକୁ ଦେବୀଙ୍କୁ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଏହି ଧବଳମୁଖୀ ବାନ୍ଧକଳା ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ କାନ୍ଥରେ ଲଗାଯାଇ ସଂରକ୍ଷିତ ରଖାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories