www.samajalive.in
Friday, December 12, 2025
15.1 C
Bhubaneswar

ଚାଳକ ଦିବସରେ ଶାଖା କାର୍ଯ୍ୟାଳୟ ଉଦ୍‍ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଆଜି ଚାଳକ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଫିରିଙ୍ଗିଆ ଠାରେ ଶାଖା କାର୍ଯ୍ୟାଳୟ ମଧ୍ୟ ଉଦ୍‍ଘାଟନ ହୋଇଯାଇଛି। ନବ ନିର୍ମିତ କାର୍ଯ୍ୟାଳୟକୁ ସରପଞ୍ଚ ବିଶ୍ୱ ରଞ୍ଜନ କହଁର ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ଫିରିଙ୍ଗିଆ ଶାଖା ସଭାପତି ଦାରୁଣ ନାୟକ ସଭାପତିତ୍ୱ କରିଥିବା ବେଳେ ସଂଘର କନ୍ଧମାଳ ଜିଲ୍ଲା ସଭାପତି ବାସବ କହଁର, ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖା ସମ୍ପାଦକ ସମ୍ଭୁ ଦିଗାଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସଦସ୍ୟ ବିବେକାନନ୍ଦ ମଲ୍ଲିକ, ନରୋତ୍ତମ ନାଗ, ଦେବେନ୍ଦ୍ର ପ୍ରସାଦ ସାହୁ, ବସନ୍ତ ସାହୁ, ସଞ୍ଜୟ କହଁରଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଗାଡ଼ି ଚାଳକମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories