www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହରସମିରତ କୌରଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସମିରତ କୌର ବାଦଲ। ଏ ନେଇ ସେ ନିଜେ ଟ୍ବିଟ କରି ନେଜେ ସୂଚାନା ଦେଇଛନ୍ତି। କୃଷି ସମ୍ପର୍କିତ ବିଲକୁ ବିରୋଧ କରି ଇସ୍ତଫା ଦେଇଥିବା ହରସମିତ କୌର ଟ୍ବିଟରେ କହିଛନ୍ତି।

- Advertisement -

ସୂଚନା ଅନୁଯାୟୀ, ଚାଷ ଓ ଚାଷୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ମୋଦୀ ସରକାର ତିନିଟି ଅଧ୍ୟାଦେଶ ଜାରି କରିଥିଲେ। ହେଲେ ପଞ୍ଜାବ ଓ ହରିଆନାରେ ଏହି ପ୍ରସ୍ତାବିତ ବିଲ ବିରୋଧରେ ସପ୍ତାହେ ହେଲାଣି ଜୋରଦାର ଆନ୍ଦୋଳନ ଚଳାଇଥିବାରୁ ଦଳ ରାଜନୀତିକ ଉଦେଶ୍ୟରେ ମତ ପରିବର୍ତ୍ତନ କରିଛି। ପବ ଓ ହରିଆଣାର ଚାଷୀମାନଙ୍କର ମତ ହେଉଛି ଏହି ବିଲ୍ ଆଇନରେ ପରିଣତ ହେଲେ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେବେ।

ଚାଷୀ ଆନ୍ଦୋଳନ କରୀଙ୍କ ସରକାର ପ୍ରଥମେ ସେମାନଙ୍କ ସମସ୍ୟା ସମାଧାନ କରିବା ପରେ ସଂସଦରେ ବିଲ ପାଶ୍ କରିବାକୁ ଅକାଳୀ ଦଳ ପ୍ରସ୍ତାବ ଦେଇଥିଲା। କିନ୍ତୁ ତାହାକୁ ସରକାର ଗ୍ରହଣ କରି ନ ଥିଲେ। ତେଣୁ ଆଜି ସଂସଦରେ ଅକାଳୀ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ହରସମିତ କୌର ସ୍ବାମୀ ସୁଖବୀର ସିଂହ ବାଦଲ ଏହି ବିଲକୁ ବିରୋଧ କରିବା ସହିତ ତାଙ୍କ ଦଳର ମନ୍ତ୍ରୀ ନିଜ ପଦତ୍ୟାଗ କରିଛନ୍ତି ବୋଲି ଘୋଷଣା କରିଛନ୍ତି। ତେବେ ସେ କହିଛନ୍ତି ଯେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କ ଦଳ ଏହି ବିଲକୁ ବିରୋଧ କରୁଛି। ତେବେ କେନ୍ଦ୍ର ସରକାରଙ୍କୁ ତାଙ୍କ ଦଳର ସମର୍ଥନ ଜାରି ରହିବା

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories