BJD Bijuli 480×75 Mob

ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ

BJD Bijuli 480×75 Mob

ଫୁଲବାଣୀ: ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଜିଲାର ବିଭିନ୍ନ ଶାଖାରେ ଚାଳକ ଦିବସ ପାଳିତ ହୋଇଯାଇଛି। ବାଲିଗୁଡା ଶାଖା ପକ୍ଷରୁ ଚେକଗେଟ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଏହ ଦିବସ ପାଳିତ ହୋଇଥିବା ବେଳେ ଚାଳକ ସଂଘର ସଭାପତି ଅଭିରାମ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଳକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଗାଡି ଚାଳକ ଭାଇମାନଙ୍କୁ ସଚେତନ କରାଇବା ସହିତ ଟ୍ରାଫିକ ନିୟମକୁ ମାନି ଗାଡି ଚଲାଇବା ଓ ଗାଡି ଚଲାଇବା ସମୟରେ ସିଟବେଲ୍ଟକୁ ବ୍ୟବହାର କରିବା, ଗାଡି ଚଲାଇବା ସମୟରେ ମଦ୍ୟପାନ ନକରିବା ଆଦି ବିିଭିନ୍ନ ଦିଗ ଉପରେ ସଭାପତି ସୂଚନା ଦେଇତିଲେ। କାର୍ଯ୍ୟକ୍ରମରେ ବାଲିଗୁଡା ଶାଖାର ସଦସ୍ୟ ମନୋଜ ଦିଗାଳ, ଦଣ୍ଡପାଣି ବିଷୋୟୀ, ସୁଶାନ୍ତ ବେହେରା, ବିଗ୍ଲେଶ୍ୱର ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Comments are closed.