BJD Bijuli 480×75 Mob

କୋଭିଡ ଯୋଦ୍ଧା ବିଜୟାନନ୍ଦ କରକରାଙ୍କୁ ଗାର୍ଡ ଅଫ ଅନର

BJD Bijuli 480×75 Mob

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଜଣେ ଦକ୍ଷ ପୁଲିସ ଅଧିକାରୀ ବିଜୟାନନ୍ଦ କରକରାଙ୍କ କରୋନାରେ ମୃତ୍ୟୁ ହେବା ପରେ ବଲାଙ୍ଗିର ଜିଲା ପୁଲିସ ପକ୍ଷରୁ ସମ୍ମାନ ପ୍ରଦାନ ପୂର୍ବକ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ସ୍ୱର୍ଗତ ଶ୍ରୀ କରକରା ଜିଲା ମୁଖ୍ୟାଳୟରେ କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ବେଳେ କିଛି ଦିନ ତଲେ ସେ ଅନ୍ୟ ରୋଗ ସହିତ କରୋନାରେ ଆକ୍ରାନ୍ତ ହୋଇଥିଲେ।

କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଆଗଧାଡିର କୋଭିଡ ଯୋଦ୍ଧା ଇନ୍ସପେକ୍ଟର ବିଜୟାନନ୍ଦ କରକରାଙ୍କୁ ଜିଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ବୁଧବାର ସ୍ୱର୍ଗତ ଶ୍ରୀ କରକରା ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ବଲାଙ୍ଗିର ଏସପି ମାଡକର ସନ୍ଦୀପ ସମ୍ପତ୍ତ, ଜିଲାପାଳ ଚଞ୍ଚଳ ରଣା ଓ ଜିଲା ପୁଲିସର ଅଧିକାରୀ ମାନେ ଉପସ୍ଥିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ତାଙ୍କ ମରଶରୀର ବଲାଙ୍ଗିର ଅଣାଯିବା ପରେ ଏଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲାରେ ବିଜୟାନନ୍ଦ କରକରାଙ୍କ ନାଁ ଜଣେ ଦକ୍ଷ ଅଧିକାରୀ ଭାବେ ସୁନାମ ରହିଛି। ସେ ପୂର୍ବରୁ ବଲାଙ୍ଗିର ଜିଲା ସମେତ ରାଜ୍ୟର ବିଭିନ୍ନ ଥାନା ମାନଙ୍କରେ ନିଜ ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ଗତ କିଛି ଦିନ ତଳେ ସେ କଣ୍ଟାବାଞ୍ଜି ଥାନାରୁ ବଲାଙ୍ଗିରକୁ ବଦଳି ହୋଇଆସିଥିଲେ। ଜିଲା ପୁଲିସ କାର୍ଯ୍ୟାଳୟରେ ସେ କୋଭିଡ ପରିଚାଳନା ଦାୟିତ୍ୱରେ ରହିଥିଲେ। ଗତ କିଛି ଦିନ ତଲେ ତାଙ୍କୁ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବଲାଙ୍ଗିରରେ ତାଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କର ଚିକିତ୍ସା ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚାଲିଥିଲା ବୋଲି ଜଣାପଡ଼ିଛି।

Comments are closed.