www.samajalive.in
Saturday, December 6, 2025
15.1 C
Bhubaneswar

ଜିଲା ପର୍ଯ୍ୟଟନ ବିକାଶ ପରିଷଦର କାର୍ଯ୍ୟକାରୀ ବୈଠକ

ବୌଦ୍ଧ : ଐତିହାସିକ ବୌଦ୍ଧ ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ଓ ପ୍ରଚାର ପ୍ରସାର ଅଭାବରୁ ଆଜି ପର୍ଯ୍ୟନ୍ତ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ବୌଦ୍ଧ ଜିଲାକୁ ଉପଯୁକ୍ତ ସ୍ଥାନ ମିଳିପାରିନାହିଁ। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରଚେଷ୍ଟା କ୍ରମେ ଜିଲାରେ ପର୍ଯ୍ୟଟନସ୍ଥଳୀଗୁଡିକୁ ଚିହ୍ନଟ କରାଯାଇ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଛି। ଆଜି ଜିଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହଠାରେ ଜିଲା ପର୍ଯ୍ୟଟନ ବିକାଶ ପରିଷଦର କାର୍ୟ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପର୍ଯ୍ୟଟନ ଅଧିକାରୀ ଅଂଜନ କୁମାର ବାରିକ ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଜିଲାପାଳ ଶ୍ରୀ ମିଶ୍ର ପର୍ଯ୍ୟଟନ କ୍ଷେତ୍ରରେ ବୌଦ୍ଧଜିଲାର ଗୁରୁତ୍ୱ ଉପରେ ଆଲୋଚନା କରିବା ସହିତ ଜିଲାରେ ରହିଥିବା ବୁଦ୍ଧକିର୍ତ୍ତି ଓ ଏହାର ବିକାଶ ଏବଂ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଆକର୍ଷଣ ରଖୁଥିବା ମହାନଦୀ ଗର୍ଭରେ ଥିବା ମର୍ଜାକୁଦକୁୁ ନେଇ ପର୍ୟ୍ୟଟନର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ମର୍ଜାକୁଦରେ ଇକୋଟୁରିଜିମ ସହିତ ଅନ୍ୟାନ୍ୟ ପର୍ୟ୍ୟଟନସ୍ଥଳୀ ଗୁଡିକୁ ସଂଯୁକ୍ତ କରି ପର୍ୟ୍ୟଟକଙ୍କୁ ଆକର୍ଷିିତ କରିବା ଭଳି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା।ଐତିହାସିକ ନାଏକପଡାଠାରେ ଏକ ଡିୟର ପାର୍କ ନିର୍ମାଣ,ଡମ୍ବରୁଗଡ ପାହାଡରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ହରଭଙ୍ଗା ବ୍ଲକର ବୀରନରସିଂହପୁର ନିକଟରେ ଏକ ନନ୍ଦନବନ ସଫାରୀ ନିର୍ମାଣ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ବିଶେଷ ଭାବରେ ଲାଇନ ଡିପାର୍ଟମେଣ୍ଟ୍‍ ଗୁଡିକ ପର୍ୟ୍ୟଟନସ୍ଥଳୀଗୁଡିକୁ ଟାର୍ଗେଟ କରି ସେମାନଙ୍କର ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ପର୍ୟ୍ୟଟନର ବିକାଶରେ ଜିଲାର ବ୍ଲକ ଓ ଗ୍ରାମପଞ୍ଚାୟତକୁ ଯୋଡିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ପ୍ରତିମାସରେ ଥରେ ଏହି ବୈଠକ ବସିବା ସହିତ ପର୍ୟ୍ୟଟନର ବିକାଶ ନେଇ ଆଲୋଚନା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ,ଉପଜିଲାପାଳ ଅଶ୍ୱନୀ କୁମାର ମେହେର,ହୋଟେଲ ଏସୋସିଏସନର ସଭାପତି ଇଂ. ସଂଜୟ କୁମାର ପଣ୍ଡା,ଅତିରିକ୍ତ ବନସଂରକ୍ଷକ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories