www.samajalive.in
Friday, December 5, 2025
20.1 C
Bhubaneswar

କରୋନା ବୁଡ଼ାଇଲା ଗୋଲାପ ବ୍ୟବସାୟୀଙ୍କ ଜୀବିକା

ନବରଙ୍ଗପୁର: ମହାମାରୀ କରୋନା ସାରା ପୃଥିବୀକୁ ଗ୍ରାସ କରି ଚାଲିଥିବା ବେଳେ ଏଥିରୁ ତ୍ରାହି ପାଇବା ପାଇଁ ସମସ୍ତ ବିଶ୍ୱ ଲାଗିପଡିଥିବା ବେଳେ ଏହି ମହାମାରୀରେ ଛୋଟ ବଡ଼ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ମହାମାରୀ ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ ତାଲା ପଡି ସମସ୍ତ ପ୍ରକାର ଉତ୍ସବ, ପୂଜା ପାର୍ବଣରେ କଟକଣା ଯୋଗୁଁ ଅଧିକା ପ୍ରଭାବିତ ହୋଇଛନ୍ତି ଫୁଲ ବ୍ୟବସାୟୀ। ଏମିତି ଜଣେ ଗୋଲାପ ଫୁଲ ବ୍ୟବସାୟୀ ଯିଏ କି ବିଗତ ଦିନରେ ଜିଲ୍ଲା ଏବଂ ରାଜ୍ୟ ବାହାରକୁ ଗୋଲାପ ଫୁଲ ରପ୍ତାନି କରି ବେଶ ଭଲ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେହି ଗୋଲାପ ଫୁଲ ଅଲୋଡା ହୋଇ ପଡ଼ିଛି। ଏଥିଯୋଗୁଁ ନବରଙ୍ଗପୁରରେ ପ୍ରେରଣା ପାଲଟିଥିବା ଶିଶିର କୁମାର ପରିଚ୍ଛା ଆଜି ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଥିବା ଜଣାପଡ଼ିଛି।

ନବରଙ୍ଗପୁର ସହରର ଏହି ବ୍ୟକ୍ତି ଜଣଙ୍କ ଅତ୍ୟାଧୁନିକ ପଦ୍ଧତିରେ ଗୋଲାପ ଫୁଲ ଚାଷ କରି ଏବେ ସମସ୍ୟା ଫାନ୍ଦରେ। କେନ୍ଦ୍ର ସରକାରଙ୍କ ଠାରୁ ଋଣ ଆଣି ଉନ୍ନତ ଧରଣର ଗୋଲାପ ଚାଷ କରିଥିବା ନବରଙ୍ଗପୁରର ଏକମାତ୍ର ଗୋଲାପ ଫୁଲ ଚାଷୀଙ୍କୁ ଘାଇଲା କରିଛି କୋରୋନା ମାଡ। ଲକଡାଉନ ଯୋଗୁଁ ଫୁଲ ଚାଷ ବେଶ ପ୍ରଭାବିତ ହୋଇଥିବା ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ପ୍ରତିଦିନ ନିଜ ଚାଷକୁ ନେଇ ଆଶା ଓ ଆଶଙ୍କାରେ କାଳ କାଟୁଥିବା ବେଳେ ବ୍ୟାଙ୍କର କିସ୍ତି ବାନ୍ଧିବା ବୋଝ ଉପରେ ନଳିତା ବିଡା ପାଲଟିଛି ।

- Advertisement -

ପୂର୍ବରୁ ଫୁଲ ଚାଷରେ ବେଶ ଲାଭ ମିଳୁଥିବା ବେଳେ ଲକଡାଉନ ସବୁ ଉଜାଡି ଦେଇଛି । ନା ଫୁଲ ବିକ୍ରି ହେଉଛି ନା ରପ୍ତାନି ହେଉଛି । ଏଥିଯୋଗୁଁ ସମସ୍ତଙ୍କ ପ୍ରିୟ ଫୁଲ ଗୋଲାପ ଆଜି ଅଲୋଡା ହୋଇଛି । ଫଳରେ ଗୋଲାପ ଫୁଲ ଚାଷ କରି ବେଶ ଚର୍ଚ୍ଚାରେ ଥିବା ଶିଶିର କୁମାର ପରିଚ୍ଛା ଆଜି ନିରାଶ ପାଲଟିଛନ୍ତି । ତାଙ୍କ ବୟସ ବର୍ତମାନ ୭୪, ବନ ବିଭାଗରୁ ଅବସର ନେବା ପରେ ଧାନ ଓ ମକା ଚାଷ କରିଥୁଲେ । ଏହା ପରେ ୨୦୧୭-୧୮ ମସିହାରୁ ଗୋଲାପ ଫୁଲ ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ । କେନ୍ଦ୍ର ସରକାରଙ୍କ ଏନଏଚବି ଯୋଜନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ୩୭ ଲକ୍ଷ ଟଙ୍କା ଋଣ ଆଣି ଗୋଲାପ ଚାଷ ଆରମ୍ଭ କଲେ । ୩୦ ହଜାର ଫୁଲ ଗଛରୁ ଦେଢ ବର୍ଷ ଗୋଲାପ ଫୁଲ ବିକ୍ରି ବେଶ ଲାଭବାନ ହେଲେ ଶିଶିର । ଏହି ଗୋଲାପ ଫୁଲ ଚାହିଦା କେବଳ ରାଜ୍ୟ ନହେଁ ବାହାରେ ମଧ୍ୟ ଖୁବ ଭଲ ରହିଥିଲା ।

ଅଟୋ, ବାଇକ, ମିନିଟ୍ରକ ଓ ବସରେ ହଜାର ହଜାର ଫୁଲ ବାହାରରୁ ରପ୍ତାନି ହେଉଥିଲା । ଏକ ଏକର ଜାଗାରେ ଶିଶିର ବାଙ୍ଗଲୋର ଗୋଲାପ ଚାଷ କରିଥିବା ବେଳେ ବଜାରରେ ଫୁଲ ଯୋଗାଇ ପାରୁନଥିଲେ । ହେଲେ କୋରୋନା ଯୋଗୁଁ ଚକା ବନ୍ଦ ହୋଇଯିବା ପରେ ସବୁ ଉଜୁଡି ଗଲା । ଫଳରେ ଗୋଲାପ ଫୁଲ ପ୍ରକଳ୍ପର ଜଗାରଖା କରିବାକୁ ମଧ୍ୟ ପାଖରେ ସମ୍ଭଳ ନଥିବା କହିଛନ୍ତି ବ୍ୟବସାୟୀ ଜ୍ଝ ଶ୍ରମିକ ମାନଙ୍କୁ ପରିଶ୍ରମିକ ଦେବା କଷ୍ଟକର ହୋଇପଡିଛି । ଋଣ କିପରି ସୁଝିବେ ସେ ନେଇ ସେ ଚିନ୍ତାରେ । ସାତ ମାସ ହେଲା କିସ୍ତି ବାନ୍ଧି ନାହାନ୍ତି । ବେପାର ନାହି କେମିତି ସୁଝିବେ ।

କରୋନାରେ କ୍ଷୟ କ୍ଷତି ଚାଷୀଙ୍କୁ ସହାୟତା ଦେବା ସରକାର ଘୋଷଣା କରିବାର ଆବଶ୍ୟକ ଥିବା ବେଳେ କୋରୋନା ଯୋଗୁଁ ଶିଶିରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ଫୁଲ ଚାଷକୁ ନେଇ ଆଶା ଓ ଆଶଙ୍କା ରେ ଶିଶିର। ସମସ୍ୟା ସମ୍ପର୍କରେ ଉଦ୍ୟାନ ବିଭାଗକୁ ଜଣାଇଥିଲେ ବି କେହି ଶୁଣୁ ନାହାନ୍ତି। ତେବେ ଶିଶିର ଙ୍କ ଅଭିଯୋଗ ନେଇ ଉଦ୍ୟାନ ବିଭାଗ କିମ୍ଭା ପ୍ରଶାସନ ର ପ୍ରତିକ୍ରିୟା ମିଳି ପାରିନାହିଁ । ମୁଣ୍ତଉପରେ ଗଡୁଛି ଲକ୍ଷାଧିକ ଟଙ୍କା ର ଋଣ, ଏପରି ସ୍ଥଳେ, ଏହି ପ୍ରକଳ୍ପ ପ୍ରାବଧନ ଅନୁସାରେ ଶିଶିରଙ୍କୁ ଅନୁଦାନ ମିଳେ ତେବେ ସେ ଉପକୃତ ହେବା ସହ ଆଗକୁ ଚାଷ ଜାରି ରଖିପାରିବେ ବୋଲି ସେ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories