www.samajalive.in
Sunday, December 7, 2025
18.1 C
Bhubaneswar

ଅସହାୟ ସୋମେଶଙ୍କ ପାଖରେ ପହଞ୍ଚିଲା ଟିମ୍‍ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ: ରୋଜଗାର ପାଇଁ ଯାଇ ଗତ ୬ ବର୍ଷ ତଳେ ୨ ହାତ କଟାଗଲା। ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସଂସ୍ଥାରେ କାମ କରୁଥିଲେ ଉକ୍ତ ମାଲିକ ଦୁଃଖ ଜଣାଇଲେ ମଧ୍ୟ ଫୋନ୍‍ ଉଠାଉ ନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଂଚାୟତର ଡାଗରପଦର ଗ୍ରାମର ଅସହାୟତ ସୋମେଶ କହଁରଙ୍କ ଠାରେ। ଦୁର୍ଘଟଣାରେ ହାତ ହରାଇଥିବା ଯୁବକଙ୍କ ପରିବାର ପୋଷଣ ଚିନ୍ତା ସଂପର୍କରେ ଏକ ବିସ୍ତୃତ ଖବର ପ୍ରକାଶିତ ହେବା ପରେ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି କନ୍ଧମାଳ ଟିମ୍‍ ହ୍ୟୁମାନିଟି ସ୍ୱେଚ୍ଛାସେବୀ ସଂଗଠନ। ଖବର ପ୍ରକାଶିତ ପରେ ଆଜି ଉକ୍ତ ଗ୍ରାମରେ ପହଞ୍ଚିଥିଲେ ଟିମର ସଦସ୍ୟମାନେ। ସେଠାରେ ସୋମେଶ ଯେଉଁ ସୂଚନା ଦେଇଥିଲା ତାହା ଥିଲା ମଧ୍ୟ ଅତ୍ୟନ୍ତ ହୃଦୟ ବିତାରକ। ଦୀର୍ଘ ୫ ମାସ କାଳ ଏ ଡ଼ାକ୍ତରଖାନାରୁ ସେ ଡ଼ାକ୍ତରଖାନରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ତାହାର ୨ ହାତ କାଟି ଦିଆଯାଇଛି। ଗୋଟିଏ ଗୋଡ଼ ମଧ୍ୟ ଠିକ୍‍ ଭାବେ କାମ କରୁନାହିଁ। ବାପା-ମାଆ ବୃଦ୍ଧ। ନିଜ ଭାଇ ମାନଙ୍କ ସହାୟତରେ ସେ ଜୀବନ ବିତାଉଛନ୍ତି। ସାନଭାଇ ପାଇଁ ବଡଭଉଣୀ ମଧ୍ୟ ବିବାହ ହୋଇ ନାହାନ୍ତି ଭାଇର ସେବା କରିବା ପାଇଁ। ସେ ବ୍ରହ୍ମପୁରରେ ଏକ ବୋରିଂ କମ୍ପାନି ଗାଡ଼ିରେ କାମ କରୁଥିବା ବେଳେ ତାଙ୍କର ଏଭଳି ଅବସ୍ଥା ଘଟିଥିବା ନେଇ ମଧ୍ୟ କାନ୍ଦି କାନ୍ଦି ପ୍ରକାଶ କରିଥିଲେ। ଚିକିତ୍ସା ହେଲେ କିନ୍ତୁ ତାଙ୍କ ପାଖରେ ଚିକିତ୍ସାହେବାର କୌଣସି ପ୍ରକାର କାଗଜ ପତ୍ର ନାହିଁ। ବାରମ୍ବାର ଅନୁରୋଧ ପରେ ମିଳିଛି କେବଳ ବିକଳାଙ୍କ ଭତ୍ତା ବାବଦକୁ ୫୦୦ ଟଙ୍କା। ବୋରିଂ କମ୍ପାନିର ମାଲିକ କେବଳ ଚିକିତ୍ସା କରିଛନ୍ତି କିନ୍ତୁ ପରବର୍ତ୍ତି ସମୟରେ ଚଳିବା ପାଇଁ ଯେଉଁ ଆର୍ଥିକ ସହାୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ ତାହା ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଲାଣି କିନ୍ତୁ ପୁରଣ କରିନାହାନ୍ତି। ବ୍ରହ୍ମପୁର ଡ଼ାକରା ପାଇଁ ଖଣ୍ଡିଆ ହାତରେ ବଡ଼ଭାଇ ସହିତ ମିଶି ଅନେକ ଥର ଯାଇଛନ୍ତି କିନ୍ତୁ କେବେ ମଧ୍ୟ ଭେଟିବାକୁ ସଫଳ ହୋଇ ନାହାନ୍ତି ବୋଲି କହିଛନ୍ତି ସୋମେଶ। ବର୍ତ୍ତମାନ ମୁଣ୍ଡଗୁଞ୍ଜିବାକୁ ମଧ୍ୟ ଭଲ ଘର ଖଣ୍ଡିଏ ନାହିଁ। ଅନ୍ୟର ଭରସାରେ ଚଳୁଥିବା ବିକଳାଙ୍କ ସୋମେଶ ନିଜେ ଆତ୍ମନିର୍ଭର ଶୀଳ ପାଇଁ ଇଛା କରିଥିଲେ ମଧ୍ୟ ଅର୍ଥ ସାଜିଛି ତାହା ପାଇଁ ବାଧକ। ଏଭଳି ସ୍ଥଳେ ଏହି ଖବର ଜାଣିବ ପରେ ଉକ୍ତ ଗ୍ରାମରେ ପହଞ୍ଚିଥିଲା ଟିମ୍‍ ହ୍ୟୁମାନିଟିର ସଦସ୍ୟମାନେ। ନିଜ ପକ୍ଷରୁ ଯାହା ସମ୍ଭବ ସୋମେଶକୁ ବଢାଇଛନ୍ତି ସହଯୋଗାର ହାତ। ପ୍ରଥମ ପର୍ଯ୍ୟାୟରେ ଟିମ୍‍ ର ସଦସ୍ୟମାନେ କିଛି ଆର୍ଥକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ଟିମର ସଦସ୍ୟ ସଂଞୟ କୁମାର ଦିଗାଳ, ଅଜିତ କୁମାର ସାହୁ, ମିଥୁନ ମହାରଣା ପ୍ରମୁଖ ଅସହାୟ ସୋମେଶଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ ସହିତ ପୋଷାକ ଓ ଅନ୍ୟ କେତେକ ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ସୋମେଶଙ୍କ ସମସ୍ୟା ସଂପର୍କରେ ଟିମ୍‍ ପକ୍ଷରୁ ବ୍ଳକ ପ୍ରଶାସନ ଓ ଜିଲା ପ୍ରଶାସନପୁ ବଅଗତ କରାଯାଇ ପଦକ୍ଷେପ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିବା ପ୍ରକାଶ। ଏଥି ସହିତ ଖବର ପ୍ରସାରଣ ପରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ମଧ୍ୟ ଏକ ରିଲିଫ୍‍ ପ୍ୟାକେଟ୍‍ ପ୍ରଦାନ କରାଯାଇଛି ସୋମେଶଙ୍କ ପରିବାରକୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories