www.samajalive.in
Friday, December 12, 2025
16.1 C
Bhubaneswar

ଅଧ୍ୟାପକ ଆତ୍ମହତ୍ୟା ଘଟଣା: ଏସପିଙ୍କୁ ଭେଟିଲେ ପରିବାର ଲୋକ, ନିରପେକ୍ଷ ତଦନ୍ତ ଦାବି

ବଲାଙ୍ଗିର: ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟଳୟରେ ଓଡିଆ ବିଭାଗ ଅଧ୍ୟାପକ ଭାବେ କାମ କରୁଥିବା ପ୍ରକାଶ ସାହୁ ଗତ କିଛି ଦିନ ତଲେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କ ଆଲୋକ ନଗରସ୍ଥିତ ଭଡାଘରେ ଉଦ୍ଧାର ହୋଇଥିଲା। ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ସେହି ସମୟରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏଯାଏଁ ପୁଲିସ ସ୍ପଷ୍ଟ କରିପାରିନାହିଁ। କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଶ୍ରୀ ସାହୁଙ୍କ ଶୁଦ୍ଧିକ୍ରୀୟା ସରିବା ପରେ ସୋମବାର ପରିବାର ଲୋକେ ଆସି ଅଧ୍ୟକ୍ଷ ଓ ବଲାଙ୍ଗିର ଏସପିଙ୍କୁ ଭେଟି ନିଜ ଅଭିଯୋଗ କରିଛନ୍ତି।
ଅଗଷ୍ଟ ୩୧ ତାରିଖରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡିଆ ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଆଲୋକନଗର ସ୍ଥିତ ଭଡାଘରରୁ ଉଦ୍ଧାର ହୋଇଥିଲା। ତେବେ ସେ ମାନସିକ ଚାପ ଯୋଗୁ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା। କିନ୍ତୁ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଶୁଦ୍ଧିକ୍ରିୟା ସରିବା ପରେ ପରିବାର ଲୋକ ବଲାଙ୍ଗିର ଆସି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ତଦନ୍ତକୁ ବାଟବଣା କରାଯାଇଥିବା ବେଳେ ତାଙ୍କ ସାନଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ମିଶି ପ୍ରକାଶଙ୍କୁ ହତ୍ୟା କରିଥିବା ନେଇ ସିଧାସଳଖ ଭାବେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ ବୈାଦ୍ଧ ଜିଲା ମର୍ଯ୍ୟାକୁଦ ଗାଁର ପ୍ରକାଶ ଚନ୍ଦ୍ର ସାହୁ ବଲାଙ୍ଗିରରେ ଚାକିରୀ କରି ନିଜ ସ୍ତ୍ରୀ ଓ ଛୁଆ ସହିତ ରହୁଥିଲେ। ବିବାହର କିଛି ମାସ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଲିନ୍ୟ ରହିଥିଲା। ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଘଟଣା ପୂର୍ବରୁ ସେଏନେଇ ନିଜ ଭାଇଙ୍କୁ ମଧ୍ୟ ଜଣାଇଥିଲେ। ଏହା ପୂର୍ବରୁ ତାଙ୍କ ସ୍ତ୍ରୀ ପ୍ରକାଶଙ୍କୁ ମାଡ ମଧ୍ୟ ମାରିଥିଲେ। କିଛି ମାସ ପୂର୍ବରୁ ପ୍ରକାଶଙ୍କ ମା, ପୁତୁରା ସେମାନଙ୍କ ସହ ରହୁଥିଲେ କିନ୍ତୁ ତାଙ୍କୁ ମଧ୍ୟ ପ୍ରକାଶଙ୍କ ସ୍ତ୍ରୀ ହିନସ୍ତା କରି ବାହାର କରିଦେଇଥିଲେ। ଚଳିତ ନୂଆଖାଇ ସମୟରେ ମଧ୍ୟ ପ୍ରକାଶଙ୍କୁ ପରିବାର ପାଖକୁ ଯିବାକୁ ସ୍ତ୍ରୀ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହି ସବୁ କାରଣକୁ ନେଇ ଉଭୟଙ୍କ ସଂପର୍କରେ ଆଉ ମଧୁରତା ନଥିଲା। ତେବେ କୈାଣସି ଏକ କାରଣରୁ ଘଟଣା ଦିନ ପ୍ରକାଶଙ୍କୁ ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ଗୁଣ୍ଡା ଲଗାଇ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ତାଙ୍କ ଭାଇ ସରୋଜ ସାହୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତାଙ୍କ ହାତ, ଗୋଟରେ କଟା ଦାଗ ଥିବା ବେଳେ ଘରର ଚାରିପଟେ ରକ୍ତଭିଜା ପାଦଚିହ୍ନ ରହିଛି। ଯାହାକି ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି। ଏନେଇ ସୋମବାର ତାଙ୍କ ମା, ଭଉଣୀ, ଭାଇ ମାନେ ଲିଖିତ ଭାବେ ଏସପିଙ୍କ ଠାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories