www.samajalive.in
Thursday, December 11, 2025
18.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର କରଡାକୋଠା ବୁଲାଣୀ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଯୁବକ ନାମ ଅଶ୍ୱିନୀ ପ୍ରଧାନ(୨୭) ଏବଂ ଗୁରୁତର ଯୁବକ ହେଉଛନ୍ତି ସତ୍ୟ ରଂଜନ ପ୍ରଧାନ (୩୦) ବୋଲି ଜଣାପଡିଛି। ଉଭୟଙ୍କ ଘର କଟକ ଜିଲ୍ଲା ନରସିଂହପୁର ଥାନା ଅର୍ନ୍ତଗତ ସାନ ଗାଁ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଆଜି ସକାଳେ ଏକ ସ୍କୁଟି ଯୋଗେ ନିଜ ଘର ସାନ ଗାଁରୁ ବାହାରି ଅଶ୍ୱିନୀ ଏବଂ ସତ୍ୟରଂଜନ ବଲାଙ୍ଗିର ଯାଉଥିଲେ। ଏହି ସମୟରେ କରଡାକୋଠା ନିକଟରେ ଏକ ବୁଲାଣୀ ରାସ୍ତା ଅତିକ୍ରମ କରିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟଙ୍କୁ ମୂମୁର୍ଷ ଅବସ୍ଥାରେ ପୁରୁଣାକଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୁରୁଣାକଟକ ମେଡିକାଲରେ ଅଶ୍ୱିନୀ ପ୍ରଧାନଙ୍କ ମୃତ୍ୟୂ ଘଟିଥିବା ବେଳେ ସତ୍ୟରଂଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ବୌଦ୍ଧ ପରେ ବୁର୍ଲା ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।
ସତ୍ୟରଂଜନ ବଲାଙ୍ଗୀର ଆରଟିଓ ଅଫିସରେ କନଷ୍ଟେବଲ ଭାବେ କାର୍ଯ୍ୟକରୁଥିବା ସୂଚନା ମିଳିଛି। ବୌଦ୍ଧ ମେଡିକାଲରେ ଅଶ୍ୱିନଙ୍କ ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଏଏସଆଇ ଉପେନ୍ଦ୍ର ଦିଗାଲ ସୂଚନା ଦେଇଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories