www.samajalive.in
Wednesday, December 10, 2025
18.1 C
Bhubaneswar

ଷ୍ଟେଟବ୍ୟାଙ୍କ ଏଟିଏମର ଦୁରାବସ୍ଥା : ମାସକୁ ୨୦ ଦିନ ଅଚଳ

ବେଗୁନିଆ : ବେଗୁନିଆ ଡାକ୍ତରଖାନା ପାଚେରୀ କଡରେ ରହିଥିବା ଷ୍ଟେଟବ୍ୟାଙ୍କ ଏଟିଏମ ଟିର ଦୁରାବସ୍ଥା ଜଣେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଏଟିଏମଟି ଏଠାରେ ଖୋଲିବା ଦିନଠାରୁ ମାସକୁ ପ୍ରାୟ ୨୦ଦିନରୁ ଉର୍ଦ୍ଧ୍ବ ସମୟ ଅଚଳ ହୋଇ ପଡି ରହୁଛି । ଫଳରେ ଦୈନିକ ସହ ସହ ଲୋକ ବିଭିନ୍ନ କାମ ନେଇ ଏହି ଏଟିଏମକୁ ଆସୁଥିବାବେଳେ ଲୋକମାନେ ଏଟିଏମ ଭିତରେ ପଶି ଏହା କାର୍ଯ୍ୟକ୍ଷମ ନଥିବାର ଦେଖି  ବିରକ୍ତ ହୋଇ ଫେରିଥାନ୍ତି । ଏଟିଏମର  ସୁରକ୍ଷା ଦାୟିତ୍ୱରେ କେହି ନଥିବା ଯୋଗୁଁ ଏହା ବୁଲା କୁକୁର ଏବଂ ଗୋରୁ ଗାଈଙ୍କର ଆଶ୍ରୟସ୍ଥଳ ପାଲଟିଛି ।

ଏହି ଏଟିଏମଟି ଏପରି ଏକ ଅଣଓସାରିଆ ରାସ୍ତାରେ ରହିଛି ଯେ ଯଦି ଜଣେ ଗାଡି ରଖି ଏଟିଏମଟି ଭିତରକୁ ଯିବେ ତାହେଲେ ରାସ୍ତା ସମ୍ପୂର୍ଣ ବନ୍ଦ। ଏଟିଏମ ଆଗରେ ଯାଇଥିବା ରାସ୍ତାରେ ସକାଳୁ ରାତି ପର୍ଯ୍ୟନ୍ତ ହଜାର ହଜାର ଲୋକ ଯିବା ଆସିବା କରୁଥିବାବେଳେ ସେଠାରେ ଗାଡି ଗୋଟିଏ ଥୋଇବାକୁ ମଧ୍ୟ ଜାଗା ନାହିଁ ।ଫଳରେ ଲୋକମାନେ ଏହି ଏଟିଏମ କୁ ଗଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସେଥିପ୍ରତି କେହି ନଜର ନଦେବା ଅତ୍ୟନ୍ତ ପରିତାପର ବିଷୟ । ଏଟିଏମ ଟି ଭଙ୍ଗା ଦଦରା ଅବସ୍ଥାରେ ପଡ଼ିଥିଲେ ମଧ୍ୟ ତାର ମରାମତି କରାଯାଉନାହିଁ ।ବେଗୁନିଆରେ ଷ୍ଟେଟବ୍ୟାଙ୍କ ଶାଖା ଯେତେବେଳେ ଖୋଲିନଥିଲା ସେତେବେଳେ ବ୍ୟାଙ୍କ କାରବାରକୁ ଆଖି ଆଗରେ ରଖି ଏହି ଏ ଟି ଏମ ଖୋଲାଯାଇଥିଲା ।କିନ୍ତୁ ଏବେ ଦୀର୍ଘ ଏକବର୍ଷ ହେବ ବେଗୁନିଆର ବ୍ଲକ ନିକଟରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କଡରେ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟକରୁଅଛି। ସବୁ ବ୍ୟାଙ୍କର ଏଟିଏମ ବ୍ୟାଙ୍କ ନିକଟରେ ଥିବାବେଳେ ଏହି ଏଟିଏମଟିକୁ ଶାଖା କାର୍ଯ୍ୟାଳୟ ନିକଟକୁ ନିଆଗଲେ ଲୋକମାନେ ଅଯଥା ହଇରାଣ ହରକତରୁ ରକ୍ଷା ପାଇପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ।ତୁରନ୍ତ ଏଟିଏମ ଟିକୁ ବ୍ୟାଙ୍କ ନିକଟକୁ ସ୍ଥାନାନ୍ତର କରିବା ସହିତ ଏହାକୁ ଠିକ ଭାବରେ କାର୍ଯ୍ୟକ୍ଷମ  କରିବାକୁ ସାଧାରଣରେ ଦାବୀ ହେଉଛି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories