www.samajalive.in
Monday, December 8, 2025
24.1 C
Bhubaneswar

ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇଲେ ରବି କିଶନ: କହିଲେ, ଚୀନ୍‍ ଓ ପାକ୍‍ର ହାତ ରହିଛି

ନୂଆଦିଲ୍ଲୀ: ଲୋକସଭାରେ ଡ୍ରଗ୍ସ ଚାଲାଣ ପ୍ରସଙ୍ଗ ଉଠାଇଛନ୍ତି ଅଭିନେତା ତଥା ବିଜେପି ସାଂସଦ ରବି କିଶନ। ଦେଶ ତଥା ଖାସ୍‍ କରି ବଲିଉଡ଼ରେ ଡ୍ରଗ୍ସ କାରବାରକୁ ନେଇ ସୋମବାର ସଂସଦରେ ଆଲୋଚନା ହୋଇଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ରବି କିଶନ ଏନେଇ ଏକ ବଡ଼ ଧରଣର ତଦନ୍ତ କରିବା ପାଇଁ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରିଛନ୍ତି ।

ଶୂନ୍ୟକାଳ ସମୟରେ ରବି କିଶନ ଲୋକସଭାରେ ଡ୍ରଗ୍ସ କାରବାର ମାମଲା ବଢୁଥିବା କହିଛନ୍ତି। ଏହା ସହିତ ଚୀନ ଏବଂ ପାକିସ୍ତାନ ମାଧ୍ୟମରେ ଭାରତକୁ ନିଶାଦ୍ରବ୍ୟ ଆସୁଥିବା ସେ କହିଛନ୍ତି।

- Advertisement -

ସାଂସଦ ରବି କିଶନଙ୍କ କହିବାନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି। ଏନସିବି ଜାଲରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କେତେକ ବ୍ୟକ୍ତି ଫସିଛନ୍ତି। ଏନେଇ ଏନ୍‍ସିବିର କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ। ଦେଶର ଯୁବପୀଢି ଡ୍ରଗ୍ସ ମାଧ୍ୟମରେ କୁପଥଗାମୀ ହେଉଛନ୍ତି। ସେମାନଙ୍କ ଜୀବନକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଉଛି। ତେଣୁ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ଉଚିତ୍‍ ତଦନ୍ତ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରବି କିଶନ୍।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories