www.samajalive.in
Saturday, December 13, 2025
23.1 C
Bhubaneswar

ଖିର ନା ଦହି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ କିଏ?

ଯେଉଁ ସମୟରେ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା କଥା ଆସେ ପ୍ରଥମେ ଖିର ଓ ଦହି କଥା ଆଲୋଚନା କରାଯାଏ। ଏହାସହ ଅନେକ ସମୟରେ ପ୍ରଶ୍ନ ମଧ୍ୟ ଉଠି ଥାଏ ଦହି ଓ ଖିର ମଧ୍ୟରୁ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ କିଏ? ସେଭଳି ଦେଖିବାକୁ ହେଲେ ଖିର ଓ ଦହି ଉଭୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହାସହ ଉଭୟରେ ସମାନ ଭଳି ପୋଷକ ତତ୍ତ୍ୱ ମଧ୍ୟ ରହିଛି। ମାତ୍ର ଉଭୟ ମଧ୍ୟରେ ତୁଳନା କଲେ ଦହି ଅଧିକ ଉପକାରୀ ବୋଲି କୁହାଯାଏ। ଜାଣନ୍ତୁ….
ଖିରରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ଓ ଅନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି, ଯାହା ଆମକୁ ସୁସ୍ଥ ରଖିଥାଏ। ସେହିପରି ଦହିରେ ମଧ୍ୟ ଭିଟାମିନ ଏ, ଡ଼ି, ବି-୧୨, କ୍ୟାଲସିୟମ, ପ୍ରୋଟିନର ମାତ୍ରା ରହିଛି। ଏହା ଖାଦ୍ୟ ହଜମ କରିବାକୁ ସହାୟକ ହୋଇଥାଏ। କିଛି ଲୋକଙ୍କ ହଜମ କ୍ରିୟା ଦୁର୍ବଳ। ସେମାନଙ୍କୁ ଖିର ପରିବର୍ତ୍ତେ ଦହି ସେବନ କରିବା ଉଚିତ। ଏହାସହ ଖିର ତୁଳନାରେ ଦହି ଶୀଘ୍ର ହଜମ ମଧ୍ୟ ହୋଇଥାଏ।
ଦହିରେ ଅଧିକ କ୍ୟାଲସିୟମ ଥିବାରୁ ଏହା ହାଡ଼ ଓ ଦାନ୍ତକୁ ମଜଭୂତ କରିଥାଏ।
କ୍ୟାଲୋରୀ ଓ ପ୍ରୋଟିନ କଥା ଆଲୋଚନା କରାଗଲେ ୧ କପରେ ଦହିରେ ୯୮ କ୍ୟାଲୋରୀ ଓ ୧୧ଗ୍ରାମ ପ୍ରୋଟିନ ଥାଏ। ଖିରରେ ୯୦ କ୍ୟାଲୋରୀ ଓ ୯ ଗ୍ରାମ ପ୍ରୋଟିନ ରହିଛି। ତେଣୁ ଖିର ଓ ଦହି ତୁଳନାରେ ଦହି ଅଧିକ ଲାଭଦାୟକ ବୋଲି କୁହାଯାଏ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories