www.samajalive.in
Saturday, December 13, 2025
27.1 C
Bhubaneswar

ଅର୍ଥନୀତିର ସୁରକ୍ଷା, ସମସ୍ତଙ୍କୁ ଜୀବିକା ଦାବିରେ ସିପିଆଇର ପ୍ରତିବାଦ ଦିବସ

ଭୁବନେଶ୍ୱର: କରୋନା ଆଳରେ ସାଧାରଣ ମଣିଷ ଜୀବନ ଜୀବିକା ଉପରେ ପ୍ରଚଣ୍ଡ ଆକ୍ରମଣର ପ୍ରତିବାଦରେ ସମସ୍ତଙ୍କ ପାଇଁ ଜୀବିକା, ସମତା ଓ ନ୍ୟାୟ ଦାବିରେ ଆଜି ସଂସଦ ଅଧିବେଶନର ପ୍ରଥମ ଦିବସରେ ସିପିଆଇ ପକ୍ଷରୁ ଦେଶ ବ୍ୟାପି ପ୍ରତିବାଦ ଦିବସ ପାଳିତ ହୋଇଯାଇଛି।
ଆଜି ଭୁବନେଶ୍ୱରସ୍ଥିତ ଅଶୋକନଗରଠାରେ ସର୍ବ ଭାରତୀୟ ପ୍ରତିବାଦ ଦିବସର ଅଂଶ ସ୍ୱରୂପ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। କରୋନା ମୁକାବିଲା ନାମରେ ଅହେତୁକ ଭାବେ ଲକ୍‌ଡାଉନ/ସଟ୍‌ଡାଉନ ଜାରି ଦେଶର ଅର୍ଥନୀତିକୁ ରସାତଳଗାମି କରିଛି। ବେକାରୀ ହୁ ହୁ ହୋଇ ବଢ଼ୁଛି। ସରକାର ନୂତନ ନିଯୁକ୍ତି ସୃଷ୍ଟି, ପାରମ୍ପରିକ ଜୀବିକାର ପୁନରୁଦ୍ଧାର ଓ ଦେଶର ଅର୍ଥନୀତିକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା ବଦଳରେ କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନର ସଂଶୋଧନ, ଚାଷୀ ଓ ଖାଉଟି ସ୍ୱାର୍ଥ ବିରୋଧରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ପରିବର୍ତ୍ତନ, ଠିକାଚାଷ ପ୍ରଥାର ପ୍ରଚଳନ କରୁଛନ୍ତି। ସରକାର ତୁରନ୍ତ ଶ୍ରମିକ, କୃଷକ, ସାଧାରଣ ମଣିଷ ସର୍ବୋପରି ଦେଶ ବିରୋଧି ନୀତିକୁ ତୁରନ୍ତ ପ୍ରତ୍ୟାହାର କରି ଅର୍ଥନୀତି ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ଆସ୍ଥାକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ସିପିଆଇ ପକ୍ଷରୁ ଦାବି କରାଯାଇଛି। ଦିଲ୍ଲ୍ୀ ଦଙ୍ଗା ସମ୍ପର୍କିତ ମକଦ୍ଦମାର ଅତିରିକ୍ତ ଚାର୍ଜସିଟରେ ସୀତାରାମ ୟେଚୁରୀ, ପ୍ରଫେସର ଜୟନ୍ତୀ ଘୋଷ, ପ୍ରଫେସର ଅପୂର୍ବା ନନ୍ଦ, ଯୋଗେନ୍ଦ୍ର ଯାଦବ, ରାହୁଲ ରାୟଙ୍କ ସମେତ ବହୁ ବିଶିଷ୍ଟ ବୁଦ୍ଧିଜୀବୀମାନଙ୍କ ନାମ ଯୋଡ଼ାଯାଇ ବିଜେପି ସରକାର ଦେଶରେ ଭିନ୍ନମତ ପୋଷଣ ଅଧିକାର ଉପରେ ଆକ୍ରମଣ କରିଛନ୍ତି। ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ବୁଦ୍ଧିଜୀବୀମାନଙ୍କ ଉପରେ ଆକ୍ରମଣ ଅବ୍ୟାହତ ରହିଛି। ସରକାର ଏଭଳି କାର୍ଯ୍ୟରୁ ବିରତ ରହିବା ସହ ଗଣତାନ୍ତ୍ରିକ ଆନ୍ଦୋଳନକାରୀମାନଙ୍କ ଉପରୁ ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛି।
ଏହି ପ୍ରତିବାଦରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ରାମକୃଷ୍ଣ ପଣ୍ଡା, ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ସିପିଆଇ ଭୁବନେଶ୍ୱର ଜୋନ ସମ୍ପାଦକ ସୁର ଜେନା, କୈଳାସ ପୁହାଣ, ଖୋର୍ଦ୍ଧା ଜିଲ୍ଲା କ୍ଷେତ ମୂଲିଆ ନେତା ସର୍ବେଶ୍ୱର ମାର୍ଥା, ଗୋହିଗୋବିନ୍ଦ ବେଶ୍ରା, ଲୋକନାଥ ଭୋଇ, ରୀତା ସେଠୀ, ଛେତମ୍ବର ଭୋଇ, ସୁଷମା ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories