www.samajalive.in
Saturday, December 13, 2025
23.1 C
Bhubaneswar

ଦୁଇ ମେଣ୍ଢାଙ୍କ ଲଢେଇ ; ମଝିରେ ଆସିଲା କୁକୁର , ଆଉ ତା”ପରେ….

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏଭଳି କିଛି କୌତୁକିଆ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହା ସଭିଁଙ୍କ ମନକୁ ଖୁସିରେ ଭରି ଦେଇଥାଏ। ଏଭଳି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।
ଯେଉଁଥିରେ ଦେଖିବାକୁ ମିଳୁଛି ୨ଟି ମେଣ୍ଢା ପରସ୍ପର ସହ ଲଢୁଛନ୍ତି ଓ ଠିକ ସେହି ସମୟରେ ସେମାନଙ୍କ ମଧ୍ୟକୁ ଏକ କୁକୁର ପଳାଇଆସୁଛି।
ଜଣେ ଭାରତୀୟ ବନ୍ୟ ଅଧିକାରୀ ଏହି ଭିଡିଓଟିକୁ ଶେୟାର କରିଛନ୍ତି।
ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଦେଖାଯାଉଛି ଏକ ପଡ଼ିଆ ମଧ୍ୟରେ କିଛି ମେଣ୍ଢା ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଟି ମେଣ୍ଢା ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରି ଦେଉଛନ୍ତି। ପରସ୍ପର ସହ ସାମ୍ନା ସାମ୍ନି ଲଢିବା ସମୟରେ ଏକ କୁକୁର ସେମାନଙ୍କ ମଧ୍ୟକୁ ପଳାଇଆସୁଛି।
କୁକୁର ଆସିବା ମାତ୍ରେ ଏକ ମେଣ୍ଢା କିଛି ବାଟ ପଛକୁ ପଳାଉଛି, ଏହାପରେ ଆଉ ଏକ ମେଣ୍ଢା ମଧ୍ୟ ପଛକୁ ପଳାଉଛି ଓ ଲଢେଇ ବନ୍ଦ ହୋଇ ଉଭୟ ଶାନ୍ତ ହୋଇ ଯାଉଛନ୍ତି।
କୁକୁରର ଏହି ମଜାଳିଆ କାମ ଦେଖି ସଭିଏଁ ଏହି ଘଟଣାର ବେଶ ମଜା ନେଉଛନ୍ତି। ବର୍ତ୍ତମାନ ବହୁ ସଂଖ୍ୟାରେ ସୋସିଆଲ ମିଡ଼ିଆରେ ଲୋକେ ଏହି ଭିଡ଼ିଓକୁ ଦେଖିସାରିଲେଣି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories